ଇନ୍ସପେକ୍ଟର ସ୍ତରରେ ଅଦଳବଦଳ

307
ADVERTISEMENT

ବ୍ରହ୍ମପୁର ,୨୮/୮ (ରାଜେଶ କୁମାର ରଣା) : ବ୍ରହ୍ମପୁର ପୋଲିସ ଜିଲା ଇନ୍ସପେକ୍ଟର ସ୍ତରରେ ଅଦଳବଦଳ ହୋଇଛି । ଜିଲା ମୁଖ୍ୟାଳୟ ଚିଠି ନମ୍ବର ୧୬୯୪ ଅନୁଯାୟୀ ମୋଟ ୮ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି । ଜିଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଇନ୍ସପେକ୍ଟର ସୁରେଶ କୁମାର ତ୍ରିପାଠୀଙ୍କୁ ଟାଉନ ଥାନା ଅଧିକାରୀଭାବେ ବଦଳି କରାଯାଇଥିବା ବେଳେ ଟାଉନ ଥାନା ଅଧିକାରୀ ସନ୍ତୋଷିନୀ ଓରାମଙ୍କୁ ସଦର ଥାନାକୁ ବଦଳି କରାଯାଇଛି। ଜିଲା ପୋଲିସ ମୁଖ୍ୟାଳୟରେ ଥିବା ଦେବାଶିଷ ମହାନ୍ତିଙ୍କୁ ଟ୍ରାଫିକ ଥାନାକୁ ବଦଳି କରାଯାଇଛି। ସେହିପରି ଟ୍ରାଫିକ ଥାନାଧିକାରୀ ଥିବା ସୁମନ୍ତ କିଷାନଙ୍କୁ ବୈଦ୍ୟନାଥପୁର ଥାନା ଅତିରିକ୍ତ ଥାନାଧିକାରୀ ଭାବେ, ପୋଲିସ ମୁଖ୍ୟାଳୟରେ ଥିବା ଉଦୟନାଥ ସେଠୀଙ୍କୁ ବିଦ୍ୟୁତ ଥାନା, ମେରାଇନ ଥାନା ଇନ୍ସପେକ୍ଟର ଥିବା ବସନ୍ତ ସେଠୀଙ୍କୁ ଦିଗପହଣ୍ଡି ଥାନା, ଦିଗପହଣ୍ଡିରେ ଥିବା ଇନ୍ସପେକ୍ଟର ଗୌରାଙ୍ଗ ସାହୁଙ୍କୁ ମେରାଇନ ଥାନା ଓ ସଦର ଥାନାରେ ଥିବା ଇନ୍ସପେକ୍ଟର ଭାବନାନନ୍ଦ ପ୍ରଧାନଙ୍କୁ ଏଚଆରପିସିକୁ ବଦଳି କରାଯାଇଛି।

Advertisement