ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

802
ADVERTISEMENT

ମୋହନା ,୨୭/୮(ପ୍ରଭାତ କୁମାର ପାତ୍ର) : ସୋମବାର ଦିନ ମୋହନା ବ୍ଲକ୍ ଅଧିନ ତେପାଗୁଡା ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ଶାହା ଏଠାରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ଏହି ଅଭିଯୋଗ ଶୁଣାଣିରେ ୪୯ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ସେଥିରୁ ୨୩ ଟି ବ୍ୟକ୍ତିଗତ ଓ ୨୬ଟି ସାମୂହିକ ଅଭିଯୋଗ ଥିଲା । ଏହି ଅବସରରେ ୫ ଜଣଙ୍କୁ ବିଭିନ୍ନ ସହାୟତା ରାଶି ପାଇଁ ୮ ହଜାର ଟଙ୍କା ପ୍ରଦାନ କରିଥିଲେ ଜିଲ୍ଲାପାଳ । ଏଥିରେ ମୁଖ୍ୟ ଅଭିଯୋଗ ଥିଲା ଚାନ୍ଦିପୁଟ ଠାରୁ ତେପାଗୁଡାକୁ ପକ୍କା ରାସ୍ତା ନିର୍ମାଣ କରିବା ପାଇଁ ଦାବି କରିଥିଲେ ଅଞ୍ଚଳବାସୀ । ତେପାଗୁଡା ପଞ୍ଚାୟତ ବାସୀ ମୋହନା ବ୍ଲକ୍ କାର୍ଯ୍ୟଳୟକୁ ଆସିବାକୁ ହେଲେ ଗଞ୍ଜାମ ଜିଲ୍ଲା ଭୀଷ୍ମଗିରି, ପୋଡାମାରି ଦେଇ ମୋହନା ଆସିବାକୁ ପଡୁଛି । ସେହି ପଞ୍ଚାୟତରୁ ମୋହନା ଆସିବା ପାଇଁ ୭୦ କି ମି ରାସ୍ତା ବୁଲି ଆସିବାକୁ ପଡୁଛି । ଚାନ୍ଦିପୁଟରୁ ତେପାଗୁଡାକୁ ରାସ୍ତା ନିର୍ମାଣ ହେଲେ ସେମାନଙ୍କୁ ମୋହନା ଆସିବା ପାଇଁ କେବଳ ୨୦ କିମି ରାସ୍ତା ଅତିକ୍ରମ କରିବାକୁ ପଡ଼ିବ ବୋଲି କହିଥିଲା । ଆଜି ପୁଣି ଅଞ୍ଚଳବାସୀ ଏହି ରାସ୍ତା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ଆରକ୍ଷୀ ଅଧ୍ୟକ୍ଷ ସାରା ଶର୍ମାଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଅଧିକାରୀ, ମୋହନା ବିଡିଓ ବଂଶୀଧର ଖୋସଲା ଓ ଜିପିଇଓ ସମେତ ବ୍ଲକ ସ୍ତରିୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Advertisement