Friday, November 20, 2026
ADVERTISEMENT
Home ଆଞ୍ଚଳିକ ଆଧାର ସଂଯୋଗ ନ କଲେ ରାଶନ ସାମଗ୍ରୀ ମିଳିବନି

ଆଧାର ସଂଯୋଗ ନ କଲେ ରାଶନ ସାମଗ୍ରୀ ମିଳିବନି

389
ADVERTISEMENT

ଆସିକା,୨୭/୮(ଏଜେନସି ) : ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ରାଶନ କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଅଦ୍ୟାବଧି ଅନେକ ବ୍ଲକର କେତେକ ହିତାଧିକାରୀ ସେମାନଙ୍କ ରାଶନ କାର୍ଡରେ ଆଧାର ନମ୍ବର ସଂଯୋଗ କରିନାହାନ୍ତି। ଅଗଷ୍ଟ ଶେଷ ସୁଦ୍ଧା ଆଧାର ନମ୍ବର ସଂଯୋଗ ନ କଲେ ହିତାଧିକାରୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ହେବେ। ସୋମବାର ଆସିକା ବ୍ଲକ ସଭାଗୃହରେ ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଅନୁଷ୍ଠିତ କର୍ମଶାଳାରେ ଏହି ସୂଚନା ଦିଆଯାଇଛି । ନିର୍ବାଚିତ ପ୍ରତିନିଧିମାନେ ଏଥିପ୍ରତି ଧ୍ୟାନଦେବା ଲାଗି ନିବେଦନ କରାଯାଇଛି । ବ୍ଲକର ୨୭ ପଞ୍ଚାୟତରେ ଜାତୀୟ ଖାଦ୍ୟସୁରକ୍ଷା ଯୋଜନାରେ ୧.୫ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ ହୋଇଥିବା ବେଳେ ୮ ହଜାରରୁ ଅଧିକଙ୍କ କାର୍ଡ ଆଧାର ସଂଯୋଗ କାର୍ଯ୍ୟ ଏ ଯାଏ ହୋଇପାରିନାହିଁ । ଏ ସମ୍ପର୍କରେ ରିତିମତ ହିତାଧିକାରୀଙ୍କୁ ଜଣାଇ ଦିଆଯାଉଥିଲେ ମଧ୍ୟ ସେମାନେ ପ୍ରସାଶନକୁ ସହଯୋଗ କରୁ ନ ଥିବା ଲକ୍ଷ୍ୟ କରାଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ଆସିକା ବ୍ଲକର ବିଭିନ୍ନ ପଞ୍ଚାୟତ ୩୭୬୪ ପରିବାରର ୯୯୮୨ ରାଶନ କାର୍ଡ ପାଇଁ ଆଶାୟୀ ଅଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ପୂର୍ବରୁ ଆଧାର କାର୍ଡର ସଂଯୋଗୀକରଣ ସରିଥିଲା ବେଳେ ଏହି ଯୋଜନାରେ ୪୭୮୫ ପରିବାରର ୧୧ ହଜାର ୬୯୯ ଜଣ ରାଶନ ସାମଗ୍ରୀ ପାଉଥିବା ବିଡିଓ ଗାୟତ୍ରୀଦତ୍ତ ନାୟକ ସୂଚନା ଦେଇଛନ୍ତି ।

Advertisement