ଫୁଲବାଣୀ ,୨୭/୮( ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ଅଧିନସ୍ଥ ପରିସଂଖ୍ୟାନ ଓ ରୂପାୟନ ବିଭାଗ ଦ୍ୱାରା ପରିଚାଳିତ ଜିଲ୍ଲା ସ୍ତରୀୟ ସପ୍ତମ ଆର୍ଥିକ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ ହୋଇଯାଇଛି I

ଏହି କାର୍ଯ୍ୟକ୍ରମରେ ଜିଲ୍ଲାରେ ଥିବା ସମସ୍ତ ଜନସେବାକେନ୍ଦ୍ରର ପରିଚାଳକ ଡ଼ିଏମ ବିନାୟକ ସାବତ ଉପସ୍ଥିତ ଥିଲେ I ଏହି ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ବିଚାରପତି ବସନ୍ତ କୁମାର ସାହୁ ଓ ପିଡ଼ି ଏମଆଇଏସ ପ୍ରଶାନ୍ତ କହଁର ପତାକା ଦେଖାଇ ଉଦଘାଟନ କରିଥିଲେ I ସବୁ ଜନସେବା କେନ୍ଦ୍ରର ପ୍ରତିନଧି ମାନଙ୍କୁ ଆର୍ଥିକ ଗଣନା ସର୍ଭେ ଉପରେ ପ୍ରଶିକ୍ଷଣ ଦେବାସହ ଶ୍ରମିକ ବୀମା, ସବୁ ପଞ୍ଚାୟତର ଆର୍ଥିକ ସ୍ଥିତି ସମ୍ପର୍କରେ ଟିକିନିଖି ସର୍ଭେ କରାଯିବାସହ ସେହି ସମ୍ପର୍କରେ ପ୍ରତିନଧି ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା I

















