କୁକୁଡାଖଣ୍ଡି,୦୧/୧୦(ଇ ରଞ୍ଜନ):-ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ନୂତନ ପଦାଧିକାରୀ ତାଲିକା ଘୋଷଣା ହୋଇଛି। ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକଙ୍କ ଏବଂ ଖଣି ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ସହଯୋଗ ଏବଂ ଜିଲ୍ଲା ବିଜେପି ସଭାପତି ସରୋଜ ସାବତଙ୍କ ଅନୁମୋଦନ କ୍ରମେ ସୋମବାର ଜିଲ୍ଲା ଅନୁସୂଚିତ ଜାତି ମୋର୍ଚା ସଭାପତି ଏବଂ ଉପ ସଭାପତି ଙ୍କ ନାମ ତାଲିକା ପ୍ରକାଶ ପାଇଛି। ନୂତନ ତାଲିକା ଅନୁସାରେ କୀର୍ତ୍ତନ ଦାସ ସଭାପତି ଭାବେ ରହିଥିବା ବେଳେ,ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ଗୁରୁଣ୍ଠି ପଂଚାୟତ ଅଞ୍ଚଳର ଯୁବ ନେତା ସୁସାନ୍ତ କୁମାର ଦାସ,ଏବଂ ଅନ୍ୟ ମାନଙ୍କ ନାମ ତାଲିକା ଭୁକ୍ତ କରାଯାଇଛି l ସୁଶାନ୍ତ ଦାସ ସେ ପୂର୍ବରୁ ବିଜେପି ଦଳ ସହ ସଂଶ୍ଲିଷ୍ଟ ରହି ସଂଘଟନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ବେଳେ ସେ ହରିଜନ ସଙ୍ଘର ବିଭିନ୍ନ ପଦ ପଦବୀ ରେ ସକ୍ରିୟ ରହିଥିବା ସହ ଆଗାମୀ ଦିନ ରେ ଦାସ ଜାତିର ମର୍ଯ୍ୟାଦା ଓ ସଂଘଠନ ବୃଦ୍ଧି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ କରିବେ ବୋଲି ଶ୍ରୀ ଦାସ ଦୃଢକ୍ତି ପ୍ରକାଶ କରିଛନ୍ତି l ଏହି ପଦବୀ ରେ ଅବସ୍ଥାପିତ କରିଥିବା ରୁ ମନ୍ତ୍ରୀ ଏବଂ ଜିଲ୍ଲା ଓ ରାଜ୍ୟର ପଦାଧିକାରୀ ମାନଂକୁ କୃତଜ୍ଞତା ଜଣାଇଛନ୍ତି l
















