ବ୍ରହ୍ମପୁର,୦୧/୧୦(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ବ୍ୟାପିଲା ଝାଡ଼ାବାନ୍ତି । ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ । ଏବଂ ମୃତକ ସେହି ଗାଁର ସୁରେନ୍ଦ୍ର ମଲ୍ଲିକ ଓ ସମ୍ବାରୁ ମଲ୍ଲିକ ବୋଲି ଜଣାପଡିଛି ।
















