ବ୍ରହ୍ମପୁର,୨୬/୮(ଋତୁଧ୍ୱଜ ମିଶ୍ର ) : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ବଡଦାଣ୍ତ ସାହିର ଏକ ପରିତିକ୍ତ କୂଅରୁ ସେହି ଗ୍ରାମର ଆର. ଲକ୍ଷ୍ମୀ ନାରାୟଣ ରେଡ୍ଡୀ (40)ଙ୍କ ମୃତ ଦେହ ଚମାଖଣ୍ଡି ପୋଲିସ ଉଦ୍ଧାର କରିଛି । ଗତ ତିନି ଦିନ ଧରି ସେ ନିଖୋଜ ରହିଥିବା ବେଳେ ମୃତକଙ୍କ ପତ୍ନୀ କହିବା ଅନୁଯାୟୀ , ଅତ୍ୟଧିକ ମଦ୍ୟପାନ ଯୋଗୁଁ ସେ ସେହି କୂଅ ଭିତରକୁ ଖସିଯାଇଥିବା ଆଶଙ୍କା କରାଯାଉଛି କିମ୍ବା ତାଙ୍କୁ କିଏ ହତ୍ୟାକରି କୂଅରେ ଫିଙ୍ଗିଦେଇଛି ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇନାର୍ହି । କୂଅରେ ଶବଟିଏ ଭାସୁଥିବା ଏବଂ ର୍ଦୁଗନ୍ଧ ହେଉଥିବା ଗ୍ରାମବାସୀମାନେ ଚମାଖଣ୍ଡି ଥାନାକୁ ସୂଚନା ଦେଇଥିଲେ । ପୋଲିସ୍ , ଗ୍ରାମବାସୀ ଏବଂ ଦମକଳ ବାହୀନି ଗଳିତ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ଡାକ୍ତର ଖାନାକୁ ପଠାଇଥିଲେ । ବ୍ୟବଚ୍ଛେଦ ରିର୍ପୋଟ ଆସିଲେ ମୃତ୍ୟୁର କାରଣ ସ୍ୱଷ୍ଟ ହୋଇପାରିବ ବୋଲି ପୁଲିସ୍ କହିଛି । ଜଗନ୍ନାଥପୁର ଫାଣ୍ଡି ପୋଲିସ୍ ଏ ଏସ ଆଇ ଡି.ଏଆରଏ ଦୋରା ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡିଛି । ଅନ୍ୟ ପକ୍ଷରେ ମାଣ୍ଡିଆପଲ୍ଲୀ ସାଇ ମନ୍ଦିର ହନୁମାନ ମନ୍ଦିର ଏବଂ ସେଠାକାର ଜନବସତି ଅଂଚଳରେ ମଦ୍ୟପ ମାନଙ୍କର ପାର୍ଦୁଭାବ ବୃଦ୍ଧିପାଉଥିବା ଯୋଗୁଁ ସ୍ୱଭାବିକ ଜୀବନ ଯାତ୍ରା ବ୍ୟାହତ ହେଉଥିବା ଅଭିଯୋଗ ହେଉଛି । ଖୋଲା ପଡିଆରେ ସଂଖ୍ୟଧିକ ବ୍ୟକ୍ତି ଅହରହ ମଦ୍ୟପାନ କରୁଥିବା ଦୃଶ୍ୟ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଉଥିବା ଅଭିଯୋଗ ହେଇଛି । ପୁଲିସ୍ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ବହୁ ଅଘଟଣ ଘଟିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ ।
















