ଭୁବନେଶ୍ୱର,୨୦।୦୬(ଡ଼ି.ଏଚ ବ୍ୟୁରୋ):-ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଠାରେ ପ୍ରାର୍ଥନା କରିବେ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଓ ପାହାଡପୁର ସ୍କୁଲ ବୁଲି ଦେଖିବେ। ଏଥିସହ ଓଡ଼ିଶାକୁ ୪୭ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ।

















