ଝାରସୁଗୁଡା,୨୬।୦୫(ଡ଼ି.ଏଚ ବ୍ୟୁରୋ):-ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗାନ୍ଧୀଛକ ଏବଂ ରାମପୁର ଅଞ୍ଚଳର ଭଡ଼ା ଘରେ ଚାଲିଥିବା ଅନଲାଇନ IPL ବେଟିଂକୁ ନେଇ ପୋଲିସର ଅତର୍କିତ ଚଢାଉ ।ଚଢ଼ାଉ ବେଳେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୫ ଲକ୍ଷ ୯ ହଜାର ୧୦୦ ନଗଦ ଟଙ୍କା ୨ଟି ଲାପଟପ, ୪୧ଟି ମୋବାଇଲ ଫୋନ, ୨ଟି କାର୍ ଜବତ କରିଛି l ଏହାସହ ଅନଲାଇନରେ ୩ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଫ୍ରିଜ୍ କରିଛି l

















