ଭୁବନେଶ୍ୱର,୨୨।୦୭(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଅକ୍ଟୋବର ୨୬ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଭୋଟର ତାଲିକା ପ୍ରସ୍ତୁତି ହେବ। ଡୋର ଟୁ ଡୋର ସର୍ଭେ ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିବାବେଳେ ଚଳିତ ମାସ ୩୧ ସୁଦ୍ଧା ଏନେଇ ଟିମ୍ ଗଠନ ହେବା ସହ ଏଥିରେ ବିଏଲଓ, ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କୁ ମଧ୍ୟ ସାମିଲ କରାଯିବ।


















