କୁକୁଡାଖଣ୍ଡି, ୨୫/୮(ଇ ରଞ୍ଜନ) : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁରୁଣ୍ଠି ପଂଚାୟତର ଶ୍ରୀରଙ୍ଗରାଜପୁର ଏବଂ ଲକ୍ଷ୍ମୀନାରାୟଣ ପୁର ଗ୍ରାମକୁ ଯାଇଥିବା ରାସ୍ତାଟି ଅତ୍ୟନ୍ତ କଦର୍ଯ୍ୟ ହୋଇପଡିଥିବା ଯୋଗୁଁ ଦୁଇଟି ଗ୍ରାମରୁ ପ୍ରାୟ ପାଞ୍ଚ ଶହରୁ ଅଧିକ ବ୍ୟକ୍ତିଙ୍କ ସ୍ୱାଭାବିକ ଜୀବନ ଯାତ୍ରାରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ହେଲେ ମଧ୍ୟ ବର୍ଷା ଦିନ ପୂର୍ବରୁ ତାହା ବ୍ୟବହାର ଉପଯୋଗୀ ହୋଇନଥିବା ଅଭିଯୋଗ ହୋଇଛି । ଭୋଟ ରାଜନୀତି ପାଇଁ ରାଜନୈତିକ ଇଛା ଶକ୍ତିର ଅଭାବ ଯୋଗୁଁ ଉଭୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି କର୍ଣପାତ କରୁନଥିବା ବେଳେ ସମ୍ପୃକ୍ତ ଅଂଚଳରେ ଅସନ୍ତୋଷ ବୃଦ୍ଧି ପାଉଛି । ଏହାକୁ ନେଇ ଏକ ଜନ ଆନ୍ଦୋଳନର ଆଶଙ୍କା ଦେଖାଦେଇଛି ।

















