ଦେବଗଡ଼,୨୮।୦୨(ଡ଼ି.ଏଚ ବ୍ୟୁରୋ):-ଦେବଗଡ଼ ଜିଲ୍ଲା ରିଆମାଳ ଥାନାଞ୍ଚଳ ରତନପୁର ଗ୍ରାମ ନିକଟସ୍ଥ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ବାରକୋଟ ଥାନାଞ୍ଚଳ ଖଳିନାଳୀ ଗ୍ରାମର ବାବୁ ଅମରନାଥ ସାହୁ ହୋଇଥିବାବେଳେ ସେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଅଞ୍ଚଳରେ ଟାଟା ପାୱାରରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ। ସେପଟେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ ।

















