ଝୁଲନ୍ତା ଦୋଳି ଭାଙ୍ଗି ପଡ଼ିବାରୁ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ।

2
ADVERTISEMENT

ନୂଆଦିଲ୍ଲୀ,୦୮/୦୨(ଡ଼ି.ଏଚ ବ୍ୟୁରୋ):-ହରିଆନାର ଫରିଦାବାଦରେ ଚାଲିଥିବା ସୁରଜକୁଣ୍ଡ ମେଳାରେ ଏକ ଝୁଲନ୍ତା ଦୋଳି ଭାଙ୍ଗି ପଡ଼ିବାରୁ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ । ଏବଂ ଘଟଣାବେଳେ ଅନେକ ଲୋକ ଦୋଳିରେ ଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୀଡିତମାନଙ୍କ ମଧ୍ୟରେ ଜଣେ ପୁଲିସ ଇନ୍ସପେକ୍ଟର ମଧ୍ୟ ଅଛନ୍ତି । ଅନ୍ୟମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ପୁଲିସ ଜଣକ ମୃତ୍ୟୁବରଣ କରିଛନ୍ତି । ଯେତେବେଳେ ଦୋଳି ଢଳିବାକୁ ଆରମ୍ଭ କଲା ସେତେବେଳେ ସେ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦୋଳି ତାଙ୍କ ମୁହଁ ଏବଂ ମୁଣ୍ଡରେ ମାଡ଼ ହୋଇଥିଲା । ଦୋଳିରେ ଥିବା ପ୍ରାୟ ୧୩ ଜଣ ଆହତ ହୋଇଥିବା ସୂଚନା ରହିଛି । ଆହତଙ୍କୁ ଡାକ୍ତରଖାନାକୁ ପଠାଯାଇଛି ।

Advertisement