ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ଜ୍ଞାନ-ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ

644
ADVERTISEMENT

ପାରଳାଖେମୁଣ୍ଡି,୨୫/୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ବିଦ୍ୟା ମନ୍ଦିର ପରିସରରେ ଜ୍ଞାନ-ବିଜ୍ଞାନ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମେଳା କାର୍ଯ୍ୟକ୍ରମକୁ ମହନ୍ତ ମହାରାଜ ରାମାନନ୍ଦ ଦାସଜୀ ଉଦଘାଟନ କରିଥିଲେ । ଆୟୋଜିତ ଉଦଘାଟନି ସଭା କାର୍ୟ୍ଯକ୍ରମରେ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଡ଼ଃ ଶଙ୍କର ପ୍ରସାଦ ବକ୍ସି ମଂଚସିନ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ପିଲା ଜଳବାୟୁ ଉପରେ ଅବଗତ ହେବା ସହ ବୃକ୍ଷ-ରୋପଣ କରି ପରିବେଶକୁ ସୁରକ୍ଷିତ ରଖିବା ଉଚିତ । ବର୍ଷକୁ କେତେ ଗଛ ହାନି ହେଉଛି , ଏବଂ ତା-ଦ୍ବାରା ଆମ ସମାଜରେ କିଭଳି ପ୍ରଭାବ ପଡୁଛି , ଆମକୁ ଜଣା ପଡୁନି କିନ୍ତୁ ଏହା ଦ୍ୱାରା କେତେ ପରିମାଣର ଅମ୍ଳଜାନ ଅଭାବ ଆଡକୁ ଯାଉଛି , ତାହା ଘୋର ଉଦବେଗ ଓ ଚିନ୍ତାର ବିଷୟ । ତେଣୁ ବିଜ୍ଞାନ ପ୍ରକଳ୍ପ ଦ୍ବାରା ଏଭଳି କିଛି ପ୍ରକଳ୍ପ ପ୍ରସ୍ତୁତ କରାଯାଉ , ଯାହା ଆଗାମୀ ଦିନରେ ମାନବ ସମାଜକୁ ଅତ୍ୟନ୍ତ ଆବଶ୍ୟକ ପଡୁଥିବା ଅଭାବ ପୁରଣ ଓ ସମାଧାନ ହୋଇପାରିବ ଏବଂ ମାନବ ସମାଜ ଯେଭଳି ଏହାର ଅଭାବରେ ମୃତ୍ୟୁ ମୁଖରେ ନ ପଡ଼ନ୍ତି ବୋଲି କହିଥିଲେ । ଅବସର-ପ୍ରାପ୍ତ ପ୍ରଧାନଶିକ୍ଷକ ତଥା ଜିଲ୍ଲା ବିଜ୍ଞାନ ଏକାଡେମୀର ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଅନ୍ୟତମ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ ସମାଜରେ ଦେଖା ଦେଉଥିବା ସମସ୍ୟା ଗୁଡ଼ିକ ବିଜ୍ଞାନ ପ୍ରକଳ୍ପ ମାଧ୍ୟମରେ ପ୍ରସ୍ତୁତି କରି ସମାଧାନ କରିପାରିବା ଏବଂ ସମାଜକୁ ଏକ ଦିଗଦର୍ଶନ ଦେବାଭଳି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି କରାଯିବା ଉପରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ । ଅନ୍ୟ ପକ୍ଷରେ ପ୍ରସ୍ତୁତି କରା ଯାଇଥିବା ପ୍ରକଳ୍ପ ଉପରେ ମଧ୍ୟ ତାର ଉଦ୍ଦେଶ ଓ ଲକ୍ଷ୍ୟ ଏବଂ ସମାଜ ଉପରେ କି ପ୍ରକାର ପ୍ରଭାବ ପକାଇପାରେ ତାହା ନିଜେ ଭଲଭାବେ ଜାଣି ଏହା ଉପରେ ବିଚାରକ ଓ ଦର୍ଶକ ମଣ୍ଡଳିଙ୍କ ମଧ୍ୟରେ ବୁଝାଇ ପାରିବା ଦିଗରେ ବିଶେଷ ଗୁରୁତ୍ଵାରୋପ୍ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ସଭାପତିତ୍ବ କରି ଦେଶର ଇସ୍ରୋ ସଫଳତା ଏହି ଜ୍ଞାନ-ବିଜ୍ଞାନ ମେଳା ମାଧ୍ୟମରେ ପିଲାମାନଙ୍କ ମଧ୍ୟରେ ଏକ ବୈଜ୍ଞାନିକ ଚିନ୍ତାଧାରା’ର ଜାଗରଣ ସୃଷ୍ଟି କରିପାରିବ ବୋଲି କହିଥିଲେ । ଏହି ଜ୍ଞାନ-ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ଉନ୍ନତ ଓ ଆକର୍ଷଣୀୟ ମାନର ବିଜ୍ଞାନ ପ୍ରକଳ୍ପ ଗୁଡ଼ିକ ପ୍ରସ୍ତୁତି ହୋଇ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା । ଶେଷରେ ଆୟୋଜିତ ଉଦଯାପନି କାର୍ଯ୍ୟକ୍ରମରେ ଉତ୍ତମ ଓ ଉନ୍ନତ ତଥା ଆକର୍ଷଣୀୟ ମାନର ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରା ଯାଇଥିଲା ।

Advertisement