Saturday, November 21, 2026
ADVERTISEMENT
Home ଆଞ୍ଚଳିକ ଉପାସନାର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

ଉପାସନାର ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

289
ADVERTISEMENT

ବାଲିଗୁଡା,୨୫/୮(ଏଜେନସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପାସନା ଏଜୁକେସନ ଟ୍ରଷ୍ଟ ତରଫରୁ ଡିଡିୟୁ -ଜିକେଓଇ ଟ୍ରେନିଂ ସେଣ୍ଟର ପରିସର ମଧ୍ୟରେ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଉପାସନା ଏଜୁକେସନ ଟ୍ରଷ୍ଟର କ୍ଵlଲିଟି ମ୍ୟାନେଜେର ଚିତ୍ତ ରଞ୍ଜନ ଦାସ, ପ୍ଲେସମେଣ୍ଟର ମୁଖ୍ୟ ମନୋଜ କୁମାର ରାଉତ, ସେଣ୍ଟର ଇନଚାର୍ଜ ବିକାଶ ମହାନ୍ତି, କାର୍ଯ୍ୟକ୍ରମର ମୁଖ୍ୟ ସୁଶୀଲ କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ରହି ଟ୍ରେନିଂ ସେଣ୍ଟରର ମହତ୍ୱ, କର୍ମ ନିଯୁକ୍ତି ଓ ମାଗଣା ଶିକ୍ଷା ବ୍ୟବସ୍ଥା ଓ  ମାଗଣା ସିଲେଇ ଟ୍ରେନିଂ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସହ ଇଛୁକ ସମସ୍ତ ଛାତ୍ରୀ ଏହାର ସୁଯୋଗ ନେବା ପାଇଁ କହିଥିଲେ l ଏହି ବୈଠକ ରେ ବର୍ତ୍ତମାନ ଟ୍ରେନିଂ ନେଉଥିବା 70ଜଣ ଛାତ୍ରୀ ସମେତ ସେମାନଙ୍କର ଅଭିଭାବକ, ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ l ଶେଷରେ ବିକାଶ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ l

Advertisement