ତହସିଲଦାର ଓ ସିଡିପିଓଙ୍କ ଛତୁଆ ପରିବେଷଣ କେନ୍ଦ୍ର ପରିଦର୍ଶନ

262
ADVERTISEMENT

ବ୍ରହ୍ମପୁର,୨୪/୮(ରାଜେଶ ରଣା ) : ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ପ୍ରସୂତି ,ଛ ମାସରୁ ତିନି ବର୍ଷ ଶିଶୁଙ୍କ ପୃଷ୍ଟିହୀନତାକୁ ଦୂର କରିବା ଲକ୍ଷ୍ୟରେ ସରକାରୀ ଖର୍ଚ୍ଚରେ ହିତାଧିକାରୀଙ୍କୁ ବିନାମୂଲ୍ୟରେ ପୃଷ୍ଟିକର ଶୁଖିଲା ଖାଦ୍ୟ ଛତୁଆ, ସୁଜି,ଖାଇବାତେଲ ,ବାଦାମ ଲଡୁ ବଣ୍ଟନର ବ୍ୟବସ୍ଥା ରହିଅଛି l ଏହି ବ୍ୟବସ୍ଥାକୁ ସାନଖେମୁଣ୍ଡି ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ସମ୍ପାଦନା କରୁଥିବା କଙ୍କୋରଡା ଗୋପୀନାଥ ଏସ ଏ ଜି ପ୍ରସ୍ତୁତି କେନ୍ଦ୍ରକୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଆଜି ସାନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକ ଓ ସିଡ଼ିପିଓ ସୁରେନ୍ଦ୍ର ମଲ୍ଲିକ ମିଳିତ ପରିଦର୍ଶନ କରିବା ସହ ପ୍ରସ୍ତୁତି ମିଶ୍ରଣ ଗତ ପ୍ରକ୍ରିୟା ଏବଂ ଗୁଣବତ୍ତାକୁ ଯାଞ୍ଚ କରିଥିଲେ l ପୃଷ୍ଟିକର ଶୁଖିଲା ଖାଦ୍ୟର ମାନ ଓ ପରିମାଣ ସମ୍ବନ୍ଧରେ ତଦନ୍ତ କରି ପ୍ରସ୍ତୁତକାରି ସଂସ୍ଥାକୁ ତାଗିତ୍ କରିଥିଲେ l ଜିଲ୍ଲାପାଳଙ୍କ ନିର୍ଦ୍ଧେଶକ୍ରମେ ପ୍ରତି ମାସର 23 ତାରିଖରେ ଛତୁଆ କେନ୍ଦ୍ରକୁ ମିଳିତଭାବେ ତହସିଲଦାର ଏବଂ ସିଡିପିଓ ପରିଦର୍ଶନ କରି ମାନ ଓ ଗୁଣବତ୍ତା ଯାଞ୍ଚ କରି ରିପୋର୍ଟ ପ୍ରଦାନ କରିବାର ନୂଆଁ ନିୟମ ଧାର୍ଯ୍ୟ ଯୋଗୁ ଆସିଡିଏସର ଅନୁଶାସନରେ ତହସିଲଦାରଙ୍କୁ ସଂଶ୍ଳିଷ୍ଟ କରିଥିବା ଜଣାପଡିଛି l

Advertisement