ଶିକ୍ଷା ନିକେତନରେ ନନ୍ଦ ଉତ୍ସବ ପାଳନ

351
ADVERTISEMENT

ବାଲିଗୁଡା,୨୪/୮ : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ଶ୍ରୀକୃଷ୍ଣଙ୍କ  ଜନ୍ମାଷ୍ଟମୀ ଉତ୍ସବ ଅବସରରେ ନନ୍ଦ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ମା’ବରାଳଦେବୀ ମନ୍ଦିର ନିକଟରୁ ଯଥାରୀତି ଅନୁସାରେ ପୂଜା ଵିଧି କରାଯାଇ ପ୍ରାୟ 50ରୁ ଉର୍ଦ୍ଧ କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ, ବଳରାମ, ରାଧା ଓ ସୁଦାମା ଭଳି ବିଭିନ୍ନ ବେଶରେ ବାହାରି ହରେ ରାମ ହରେ କୃଷ୍ଣ ନଦିଆ କିତନର ତାଳେ ତାଳେ ସମଗ୍ର ସହର ପରିକ୍ରମା କରିବା ପରେ ଶ୍ରୀ ଜଗନ୍ନାଥ ମନ୍ଦିରକୁ ଯାଇ ସମସ୍ତେ ଦର୍ଶନ କରି ବିଦ୍ୟାଳୟକୁ ଯିବା ସମୟରେ ରାସ୍ତା ତମାମ ବେଶଧାରୀ ଛାତ୍ର ଛାତ୍ରୀ ମାନଙ୍କୁ ମା’ମାନଙ୍କ ଦ୍ୱାରା ବନ୍ଦlପନା କରାଯାଇଥିଲା l ବିଦ୍ୟାଳୟରେ ପହଂଚିବା  ପରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ରାଜ କିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇଥିଲା l ଏଥିରେ ଶିକ୍ଷା ନିକେତନର ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ, ରେଖାରାଣୀ ମହାପାତ୍ର ତଥା ସମସ୍ତ ଅଭିଭାବକ ଓ ଅଭିଭାବିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ପରେ ପରେ ଅଭିଭାବକ ଓ ଅଭିଭାବିକା ତଥା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଲବଣି ଚୋରୀ, ଦହି ହାଣ୍ଡି ଭଙ୍ଗା,ପ୍ରଶ୍ନ ମଞ୍ଚ ଭଳି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଏଥିରେ ଅତିଥି ତଥା ବିଚାରକ ଭାବେ ଏନଏସି ଅଧ୍ୟକ୍ଷl ମମତା ବେହେରା, ବିଭବର ମୁଖ୍ୟ ପରିଚାଳକ ଡ଼.ବିଚିତ୍ରl ନନ୍ଦ ଆଚାର୍ଯ୍ୟ ଯୋଗ ଦେଇ କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ l ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement