ମହା ଆଡ଼ମ୍ବରରେ ପାଳିତ ହୋଇଛି ଜନ୍ମାଷ୍ଟମୀ

261
ADVERTISEMENT

ଗଜପତି,୨୪/୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ସ୍ଥିତ ବଡ ରାଧାକାନ୍ତ ମଠରେ ଗତ କାଲି ସନ୍ଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମହା ଆଡ଼ମ୍ବରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି। ପରିଷଦର ଜିଲ୍ଲା ସଭାପତି ହରିମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସନ୍ଥ ଯଶୋଦା ନନ୍ଦନ ମହାରାଜା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଦେବି ମଠର ମହନ୍ତ ସୀତାରାମ ଦାସ ମହାରାଜ ଏବଂ ମୁଖ୍ୟ ବକ୍ତାଭାବେ ପରିଷଦର ପୂର୍ବତନ ସଭାପତି ପ୍ରମୁଖ ଯୋଗ ଦେଇ ଏହି ଦିବସର ମାହାତ୍ ସମ୍ପର୍କରେ ଆଲୋକପାତ କରିବା ସହ ଭାରତ ମାତାର ସୁରକ୍ଷା ଏବଂ ହିନ୍ଦୁ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ସମସ୍ତେ ଏକାଠି ହେବା ଆହ୍ନନ ଜଣାଇଥିଲେ। ସେଷରେ ୧୦୫ ଛୋଟ ଛୋଟ କୁନି ପିଲାଙ୍କୁ ନେଇ ରାଧାକୃଷ୍ଣ କୈାତୁକ ବେଶ ପୋଷାକର ପ୍ରଦଶନ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା କୁନି ଛୁଆ ମାନଙ୍କୁ ପୁରସ୍କାର ସହ ପ୍ରମାନପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା।

Advertisement