ବାଲିଗୁଡା,୨୪/୮(ଏଜେନସି) : ଦୀର୍ଘଦିନ ଧରି ଦିଲ୍ଲୀର ଏମ୍ସରେ ଚିକିତ୍ସାଧୀନ ଥିଲେ ଜେଟଲି । ଆଜି ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି ଅରୁଣ ଜେଟଲି । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ସାହୁ, ବାଲିଗୁଡା ନଗର ସଭାପତି ସୁରେନ୍ଦ୍ର ପାତ୍ର, ଜିଲ୍ଲା ଯୁବମୋର୍ଚା ସଭାପତି ରଂଜିତ କୁମାର ସାହୁ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଅଭୟ ପାତ୍ର, ପଦ୍ମଚରଣ ଦାସ, ଯୁବମୋର୍ଚ୍ଚା ବ୍ଲକ ସଭାପତି ମନୋଜ କୁମାର ରଥ, ଆଦିକନ୍ଦ ପଟ୍ଟନାୟକଙ୍କ, ବରିଷ୍ଠ ବିଜେପି ନେତା ଲଳିତ କୁମର ପାତ୍ର, ରଂଜିତ କୁମାର ଚୌଧରୀ ସମେତ ବହୁ ବିଜେପି କର୍ମୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

















