ଗଂଜେଇ ଚୋରା ଚାଲାଣ ବେଳେ କାର ସହ ଦୁଇ ଗିରଫ

323
ADVERTISEMENT

କୁକୁଡାଖଣ୍ଡି,୨୩/୮(ଇ ରଞ୍ଜନ) : ଦିନ ଦିପହରରେ ଗଞେଇ ଚୋରାଚାଲାଣ ଅଭିଯୋଗରେ ସଦରଥାନା ପୁଲିସ ୨ ଚାଲାଣକାରୀକୁ ଅଟକ ରଖିଛିି ଏବଂ ସେମାନକଂ ନିକଟରୁ ୬୩ କେଜି୭୦୦ ଗ୍ରାମ ଗଞେଇ ଜବତ କରିବା ସହ ଏକ ଇଣ୍ଡିକା କାରକୁ ଜବତ କରିଛି । ସଦରଥାନା ଏସଆଇ ବିଭୂତି ସେଠୀ,ଏଏସଆଇ ବାସନ୍ତୀ ବେହେରା,କନେଷ୍ଟବଲ ରାଜେନ୍ଦ୍ର ସେଠୀ,ଦେବେନ୍ଦ୍ର ଦାସ ସହ ଜଗଦଳପୁର ନିକଟରେ ଜାତୀୟ ରାଜପଥ ଉପରେ ଚେକିଂ କରୁଥିବା ବେଳେ ଏକ ଇଣ୍ଡିଗୋ କାର ବ୍ରହ୍ମପୁରରୁ ଜଗଦଳପୁରକୁ ଯାଉଥିବା ବେଳେ ପୁଲିସକୁ ଦେଖି ଦୃତ ଗତିରେ ଯିବାକୁ ଲାଗିଲା ଏସଆଇ ସନ୍ଦେହ କରି ଗାଡିକୁ ଗୋଡାଇ ଧରିଥିଲେ ଏବଂ ଗାଡିକୁ ଯାଞ କରିବା ସମୟରେ ଗଞେଇବସ୍ତା ଥିବା ଦେଖିଥିଲେ। ଅଧିକ ପଚରାଉଚୁରାରୁ ସେମାନେ ପଦ୍ମପୁରରୁ ଭଞନଗର ଦେଇ ଭୂବନେଶ୍ବରକୁ ଚାଲାଣ ପାଇଁ ଯୋଜନା କରିଥିବା ପୁଲିସ ନିକଟରେ ପ୍ରକାଶ କରିଥିଲେ । ଗିରଫ ଦ୍ବୟ ରାୟଗଡା ପଦ୍ମପୁର ଅଞଳର ଗାଡି ମାଲିିକ ରାଜୁ କୁମାର ଶବର(୩୫), ଡ୍ରାଇଭର ଧ୍ୟାନଚାନ୍ଦ ନାୟକ (୨୮),ସେମାନକଂ ନିକଟରୁ ୬୩କେଜି୭୦୦ଗ୍ରାମ ଗଞେଇ ସହ ଏକ ଇଣ୍ଡିଗୋ କାର ଓଡି୦୦୫ଭି. ୬୪୩୬ କୁ ତହସିଲଦାର ସୁବାଶ ଚନ୍ଦ୍ର ରଇତଙ୍କ ଉପସ୍ଥିତିରେେ ଜବତ କରିଛି । ଉଭୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବା ନେଇ ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।ଏନେଇ ଥାନରେ ୨୧୭/୧୯ ରେ ଏକ ମାମଲା ରୁଜୁ ହୋଇଛି ।

Advertisement