ଲୋକସମ୍ପର୍କ ସୂଚନା କେନ୍ଦ୍ର ଓ ପାଠାଗାରକୁ ସରକାରଙ୍କ ଅଣଦେଖା

235
ADVERTISEMENT

କନ୍ଧମାଳ,୨୩/୮(ଏଜେନସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଲୋକସମ୍ପର୍କ ସୂଚନା କେନ୍ଦ୍ର ଓ ପାଠାଗାରକୁ ସରକାରଙ୍କ ଅଣଦେଖା କରୁଥିବା ଦେଖାଦେଇଛି l ସରକାର ଏପଟେ କୋଟି କୋଟି ଟଙ୍କା ଭିର୍ତ୍ତି ଭୂମି ପାଇଁ ଖର୍ଚ୍ଚ କରୁଛନ୍ତି ହେଲେ ଘର ତିଆରି ହେବାର ପାଞ୍ଚ ବର୍ଷ ପରେବି ସୂଚନା ବିଭାଗ କାର୍ଯ୍ୟାଳୟକୁ ରାସ୍ତାଟିଏ ମଧ୍ୟ ହୋଇପାରିଲାନି I ବାଲିଗୁଡା ଠାରେ ଥିବା ପାଠାଗାରଟି ପାହାଡ ଉପରେ ଥିବା ହେତୁ ପାଠକ ପାଠିକା ମାନେ ବହୁ କଷ୍ଟରେ ଉପରକୁ ଆସିଥାନ୍ତି I ବର୍ଷା ଦିନେ ବର୍ଷା ହେବା ଫଳରେ ପାହାଡ଼ ଉପରୁ ପାଣି ଆସିଥାଏ , ଏହି ପାଠାଗାରକୁ ପାନୀୟ ଜଳ , ବିଦ୍ୟୁତ ସେବା , ଗମନାଗମନର ସୁବିଧା ହୋଇପାରିନାହିଁ I ଛାତ୍ର ଛାତ୍ରୀଙ୍କ କହିବାରେ ଯେ ଏହାକୁ ଶୀଘ୍ର ରାସ୍ତା, ଆଉ ଶୌଚାଳୟ, ବିଦ୍ୟୁତ ଏବଂ ସବୁ ପ୍ରକାର ବହିର ବ୍ୟବସ୍ଥା କରାଗଲେ ବାଲିଗୁଡା ଅଞ୍ଚଳ ବାସୀ ଖୁସି ଅନୁଭବ କରିବେ I

Advertisement