ଲକ୍ଷଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ରେଗୀଙ୍କୁ ଫଳ ବଂଟନ

264
ADVERTISEMENT

ହିଂଜିଳିକାଟୁ, ୨୩/୮ (ଶେଷଦେବ ସାହୁ): ପରମପୂଜ୍ୟ ହିନ୍ଦୁ ସମ୍ରାଟ ଲକ୍ଷଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସ ଅବସରରେ ବଜରଙ୍ଗ ଦଳ ପକ୍ଷରୁ ଶୁକ୍ରବାର ହିଂଜିଳିକାଟୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ରୋଗୀ ମାନଙ୍କୁ ପାଚିଲା ଫଳ ବଂଟନ କରାଯାଇଥିଲା । ସ୍ୱାମୀଜୀଙ୍କ ବଳିଦାନକୁ ଜୀବିତ କରି ଯୁବ ସମାଜଙ୍କ ମନରେ ସେବା ମନୋଭାବ, ନିଷ୍ଠା , ପରୋପକାର ଓ ଉତର ଦାୟିତ୍ୱ ଗୁଣକୁ ସମ୍ପର୍ଣ୍ଣ କରିବା ଲକ୍ଷ୍ୟରେ ବଜରଙ୍ଗ ଦଳ ଗଂଜାମ ବିଭାଗ ପକ୍ଷରୁ ହିଂଜିଳିକାଟୁ ପ୍ରଖଣ୍ଡର କାର୍ଯ୍ୟକର୍ତାଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଜରଙ୍ଗ ଦଳ ଗଂଜାମ ବିଭାଗର ସଂଯୋଜକ ଗୌତମ ମହାରଣା, ଜିଲ୍ଲା ସଂଯୋଜକ ଧର୍ଯ୍ୟଧର ଦ୍ୱାଇଁ, ଆରଏସଏସର ଜିଲ୍ଲା କାର୍ଯ୍ୟକାରୀଣି ସଦସ୍ୟ ହରପ୍ରସାଦ ସ୍ୱାଇଁ ଉପସ୍ଥିତ ରହି ସେବାକୁ ଆଦରି ନେବା ପାଇଁ ଓ ସାମାଜିକ କ୍ଷେତ୍ରରେ ନିଜର କର୍ତବ୍ୟକୁ ସୁଚାରୁରୂପେ ତୁଲାଇବାକୁ ଆହ୍ୱାନ ଜଣାଇଥିଲେ ।ହିଂଜିଳିକାଟୁ ପ୍ରଖଣ୍ଡ ସହ ସଂଯୋଜକ କୃଷ୍ଣଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଆରଏସଏସର ଖଣ୍ଡ ଶାରୀରିକ ପ୍ରମୁଖସନ୍ନ୍ୟାସି ପୃଷ୍ଟି, ଆଲୋକ କୁମାର ନାୟକ, ସେବା ପ୍ରମୁଖ ଗଣେଷ ପୋଲାଇ, ଏବିଭିପି ଜିଲ୍ଲା ସହ ସଂଯୋଜକ କୃଷ୍ଣଚନ୍ଦ୍ର ସୁଅାଁସିଆ, କାହ୍ନୁଚରଣ ବିଶ୍ୱାଳ, ସାଗର ବାଡ଼ତ୍ୟା, ଜିତୁ ମହାଙ୍କୁଡ଼, ନବଘନ ବିଶ୍ୱାଳ, ରଂଜନ ସେଠି, ଶ୍ୟାମ ସୁନ୍ଦର ବିଷେଶୟୀ, ଚିତ୍ରସେନ ସାହୁଙ୍କ ସହ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ ।

Advertisement