ସମାଜସେବୀ ବିନୋଦିନୀ ପାତ୍ରଙ୍କ ପରଲୋକ

289
ADVERTISEMENT

କନ୍ଧମାଳ ,୨୩/୮(ଏଜେନସି) : କନ୍ଧମାଳ ଜିଲ୍ଲା କେ ନୂଆଗାଁ ବ୍ଲକର ରାଜବଂଶ ପରିବାରର ଗାନ୍ଧୀ ପାତ୍ରଙ୍କ ସ୍ତ୍ରୀ ବିନୋଦିନୀ ପାତ୍ର ଗୁରୁବାର ଦିନ ପରଲୋକ ହୋଇଯାଇଛନ୍ତି l ଗୁରୁବାର ସକାଳ ୯ ଘଣ୍ଟା ସମୟରେ ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିନୋଦିନୀ ପାତ୍ରଙ୍କ ପରଲୋକ ହୋଇଥିବା ଘଟଣା ଶୁଣି ନୂଆଗାଁ ବ୍ଲକରେ ଶୋକର ଛାୟା ଖେଳିଯାଇଥିଲା l ବିନୋଦିନୀ ପାତ୍ରଙ୍କ ବାସଭବନ ଠାରେ ବହୁ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା l ସେ ଜଣେ ମିଷ୍ଟାଭାସି , ପରୋପକାରୀ ଦୟାନୂସୀଳ ବ୍ୟକ୍ତି ଥିଲେ .ତାଙ୍କର ଅବଦାନରେ ନୂଆଗାଁ ବ୍ଲକରେ ବିଭିନ୍ନ ମହତ ପୂର୍ଣ୍ଣ କାର୍ଯ୍ୟ କରିଯାଇଛନ୍ତି ଯାହା ଆଜି ନୂଆଗାଁ ବାସୀ ମନେ ପକାଇ ଝୁରି ହେଉଛନ୍ତି ତାଙ୍କରି ଅବଦାନରେ ନୂଆଗାଁରେ ହାଇସ୍କୁଲ, ଡ଼ିଗ୍ରୀ କଲେଜ, ରାମେଶ୍ୱର ମନ୍ଦିର ନିର୍ମାଣ କରିବା ପାଇଁ ଭୂମି ପ୍ରଦାନ କରିଥିଲେ l ଆଜି ଏହା ନୂଆଗାଁ ପାଇଁ ସ୍ମରଣୀୟ ଦିନ ଅଟେ ବୋଲି ଗ୍ରାମବାସୀ ମାନେ କହିଥିଲେ l

Advertisement