ଆସିକା,୨୩/୮(ଏଜେନସି) : ଆସିକା ବ୍ଲକ ଖଣ୍ଡଦେଉଳି ଓ ଅନେକ ପଚାଂୟତର ଆଠ ଖଣ୍ଡ ଗ୍ରାମରେ ବହୁ ଦିନ ଧରି ମୃତ ହୋଇଥିବା ବ୍ୟକ୍ତି ମାନଙ୍କ ନାମରେ ଭତା ନିଆଯାଉଥିବା ଅଭିଯୋଗ ହୋଇଛି । ଦିର୍ଘ ତିନି ବର୍ଷରୁ ଉର୍ଦ୍ଧ ମୃତ ବ୍ୟକ୍ତି ମାନଙ୍କ ନାମରେ ନକଲ ଟିପ ଚିହ୍ନ ପକାଇ ଭତା ଟଙ୍କା ହଡପ ହେଉଥିବା ଜଣାଯାଇଛି । ଏହାର ପ୍ରାଥମିକ ତଦନ୍ତ ପରେ ପଚାଂୟତ ଅଧିନ ଖଣ୍ଡଦେଉଳି, ସମେଇଗୁଡା, ନୂଆଗାଁ,ବେଲପଦା,ଭରତପଲ୍ଲୀ, ସିମାଖାଇ,ଗୈାଡଗୋଠ, କର୍ଣ୍ଣୋଳୀ ଆଦି ଗ୍ରାମରେ ଅନେକ ମୃତ ବୃଦ୍ଧ,ବୃଦ୍ଧା ଓ ପୁରୁଷ ଓ ମହିଳାଙ୍କ ନାମରେ ଦିର୍ଘ ତିନି ବର୍ଷର ଲଗାତର ଭାବେ ପଚାଂୟତର ଭତା ଖାଉଥିବା ଜଣାଯାଇଛି । କର୍ଣ୍ଣୋଳୀ ଗ୍ରାମର ସ୍ୱର୍ଗତ ଲିଙ୍ଗରାଜ ଭୁୟାଁ ପିତା ବରି ଭୂୟାଁ, ସ୍ୱର୍ଗତ ସହଦେବ ଭୂୟାଁ ପିତା ରଘୁ ଭୂୟାଁ , ସ୍ୱର୍ଗତ ରଜପତି ବିଷୋୟୀ ସ୍ୱାମୀ ଉଲ୍ଲା ବିଷୋୟୀ, ହେମା ଗୈାଡ ସ୍ୱାମୀ ମାଗତ, ଦେବରାଜ ନାୟକ ପିତା ନେତ୍ର ନାୟକ, ଲିଙ୍ଗରାଜ ନାୟକ, ଗୋପଳ ଗୈାଡ ପିତା ରଙ୍ଗ, କନକ ସ୍ୱାଇଁ ସ୍ୱାମୀ ଦଣ୍ଡପାଣି ପୋଲାଇ, ବାଉରୀ ପାତ୍ର, ଉଦୟ ସ୍ୱାଇଁ, ଶିଶି ସ୍ୱାଇଁ, ବିଶ୍ୱନାଥ ସ୍ୱାଇଁ, ଝାଟି ସ୍ୱାଇଁ, ଭାସି ପ୍ରଧାନ, ଉତ୍ସବ ସ୍ୱାଇଁ, ଜମ୍ବୁ ସ୍ୱାଇଁ, ମାୟା ସ୍ୱାଇଁ, କାନ୍ତା ସେଠି ପ୍ରମୁଖ ରହିଛି । ଖଣ୍ଡଦେଉଲି ନୂଆଗାଁର ଜଗବନ୍ଧୁ ଦାଶ, ନକୂଲ ପଟ୍ଟନାୟକ, ସୋଲା ପାତ୍ର, ଲଡୁ ପାତ୍ର, ମୁଳିଆ ନାୟକ, ରହୁ ପଟ୍ଟନାୟକ, ଶାରି ନାୟକ, ଗୈାଡଗୋଠ ଗ୍ରାମରେ ଘନଶ୍ୟାମ ନାୟକ, ପିତା ଆନ୍ଦ, ସେହବ ଗୈାଡ, ବିଦ୍ୟାଧର ନାୟକ, ବନମାଳି ନାହକ, ସଇତ ପ୍ରଧାନ, ସିମାଖାଇ ଗ୍ରାମର ନାଭ ଦଳାଇ, ମୋହନ ଦଳାଇ, କାଚଂନ ପ୍ରଧାନ, ଗଣପତି ପ୍ରଧାନ, ମହାଦେଇ ପ୍ରଧାନ, ଉତ୍ସବ ପ୍ରଧାନ ଏହିଭଳି ପ୍ରାୟ ୪୦ ମୃତ ବ୍ୟକ୍ତି ନାମରେ ଟିପ ଚିହ୍ନ ଓ ସ୍ୱାକ୍ଷର ଦେଇ ଉଠାଯାଇଛି । ପୂର୍ବରୁ ବହୁ ଦିନ ଧରି ୩ଶହ ଟଙ୍କା ମିଳୁଥିବା ବେଳେ ବର୍ତମାନ ୬ମାସ ହେଲା ୫ଶହ ଟଙ୍କା ମିଳୁଛି । ବୃଦ୍ଧ, ବିଧବା, ବିକଳାଙ୍ଗ, ଏଡସ ରୋଗୀ ମିଳୁଥିବା ବାର୍ଦ୍ଧକ୍ୟ ସମସ୍ତ ଟଙ୍କା ପଚାଂୟତରେ ଆଧାରକାର୍ଡ ସଂଯୋଗ କରି ସ୍ୱାକ୍ଷର ପରେ ଏହି ଟଙ୍କା ପ୍ରଦାନ କରାଯାଇଥିଲା । ମୋଟ ହିତାଧିକାରୀ ବ୍ୟକ୍ତି ଓ ପାଇଥିବା ଟଙ୍କା ତଳେ ପଚାଂୟତ କାର୍ଯ୍ୟନିର୍ବାହି ଅଧିକାରୀ ଓ ସରପଚଂ ସ୍ୱାକ୍ଷର ରହିଥାଏ । ଏହି ସବୁ ହିତାଧିକାରୀଙ୍କ ନାମ ବ୍ଲକ ସାମାଜିକ କଲ୍ୟାଣ ଅଧିକାରୀ ତାଲିକା ଯାଚଂ କରୁଥିବ ବେଳେ ଶେଷରେ ବିଡିଓଙ୍କ ଅନୁମୋଦନ ମିଳିଥାଏ । ବର୍ତମାନ ଏହି ଘଟଣା ସମ୍ପର୍କରେ ଭୁତ ନେଉଛି ଭତା ବିଭିନ୍ନ ପତ୍ର ପତ୍ରିକାରେ ପ୍ରକାଶ ପାଇବା ପୂର୍ବରୁ ସ୍ଥାନୀୟ ସରପଚଂ ସଞ୍ଜୁକ୍ତା ସ୍ୱାଇଁ , ପଚାଂୟତ କାର୍ଯ୍ୟନିର୍ବାହି ଅଧିକାରୀ ଅରୁଣ ପ୍ରଧାନ, ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ ପି.ପଦ୍ମା, ବିଡିଓ ଗାୟତ୍ରୀ ଦତ ନାୟକ ଏ ସମ୍ପର୍କରେ କୈାଣସି ସୂଚନା ପ୍ରଦାନ କରିବା ପାଇଁ ସହ ଯୋଗ କରିନଥିଲେ । ଏହା ତଦନ୍ତ ଚାଲିଛି । ଏହି ଘଟଣା ସତ୍ୟ ହେଲେ ଦୃଢ ପଦକ୍ଷେପ ନିଆଯିବ ବୋଲି ପିଡି ଆଜି ପ୍ରତିକ୍ରିୟାରେ ଦେଇଥିବା ଜଣାଯାଇଛି । ଆସିାକ ବ୍ଲକର ଅନେକ ପଚାଂୟତରେ ଏହିଭଳି ଭୁତ ଖାଉଛି ଭତା ଜାଲି ଆତି ଆଜି ପଦାକୁ ଆସିଛି । ଏହି ଭଳି ଏକ ସମ୍ବେଦନଶୀଳ ଘଟଣା ପଦାକୁ ଆସିଥିବା ପୂର୍ବରୁ ବ୍ଲକ ଅଧିକାରୀ ମାନେ କିଭଳି ଜାଣି ପାରିଲେ ନାହିଁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି । ଏହା ସହିତ ଆସିକା ବ୍ଲକରେ ବିଭିନ୍ନ ଯୋଜନାରେ ସାଘାଂତିକ ଦୁର୍ନିତୀ ହୋଇଥିବା ମଧ୍ୟ ଅଭିଯୋଗ ଆସିଛି ।















