ବାଲିଗୁଡା,୨୨/୮(ଏଜେନସି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଥିବା ଅଗ୍ରଣୀ ଶିକ୍ଷ୍ୟlନୁଷ୍ଠାନ ଶିକ୍ଷା ନିକେତନ ପରିସର ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି ରାଜ କିଶୋର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅଭିଭାବକ ଓ ଅଭିଭାବିକା ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଶିକ୍ଷା ନିକେତନର ପ୍ରଧାନଶିକ୍ଷକ ପଞ୍ଚାନନ ସାହୁ, ରେଖାରାଣୀ ମହାପାତ୍ର ଏବଂ ସମସ୍ତ ଅଭିଭାବକ ଓ ଅଭିଭାବିକା ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କର ସୁବିଧା ଅସୁବିଧା ସମସ୍ୟା ପଚାରି ବୁଝିବା ସହ ଛାତ୍ରଛାତ୍ରୀଙ୍କ ପ୍ରତି ଅଭିଭାବକ ଓ ଅଭିଭାବିକା ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ବିଭିନ୍ନ ପ୍ରକାର ମତ ଶ୍ରୀପାଢ଼ୀ ପ୍ରକାଶ କରିଥିଲେ l ଏତଦ ବ୍ୟତୀତ ନନ୍ଦ ଉତ୍ସବ, ଗଣେଷ ପୂଜା ମଧ୍ୟ କିପରି ସମସ୍ତଙ୍କ ସହଯୋଗରେ ସମାପନ ହେବ ସେ ନେଇ ମଧ୍ୟ ଆଲୋଚନା କରାଯାଇଥିଲା l ଏଥିରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ଶ୍ରୀପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ l

















