Friday, November 20, 2026
ADVERTISEMENT
Home ଆଞ୍ଚଳିକ ଶିକ୍ଷାକୁ ସମ୍ପୂର୍ଣରୂପେ ଦେୟ ମୁକ୍ତ କରିବା ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଲେଖିଲେ ପତ୍ର

ଶିକ୍ଷାକୁ ସମ୍ପୂର୍ଣରୂପେ ଦେୟ ମୁକ୍ତ କରିବା ପାଇଁ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ଲେଖିଲେ ପତ୍ର

290
ADVERTISEMENT

ବ୍ରହ୍ମପୁର,୧୯/୮(ରାଜେଶ କୁମାର ରଣା) : ଭାରତବର୍ଷର ସମ୍ବିଧାନରେ ଶିକ୍ଷାଙ୍କୁ ସମ୍ପୁର୍ଣ ଭାବେ ଦେୟମୁକ୍ତ ଓ ସାର୍ବଜନୀନ କରିବା ପାଇଁ ଏହାକୁ ଏକ ଅଧିକାର ଭାବେ ପରିଗଣିତ କରାଯାଉଛି ଓ ଗଣତାନ୍ତ୍ରିକ ,ଧର୍ମନିରପେକ୍ଷ ଓ ବୈଜ୍ଞାନିକ ଶିକ୍ଷା ପ୍ରଚଳନ ପାଇଁ ଉଲ୍ଲେଖ କରାଯାଉଥିଲେ ବି ସରକାର ଯେଉଁ ସମ୍ବିଧାନ ନାଁରେ ଶପଥ ନେଇଛନ୍ତି ,ସେହି ସମ୍ବିଧାନରେ ପ୍ରଦତ୍ତ ମଣିଷର ଅଧିକାରକୁ କ୍ଷୁର୍ଣ କରିବାକୁ ପଛାଉନାହାନ୍ତି । ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ( ସି.ବି.ଏସ.ଇ)ଦଶମ ଦ୍ୱାଦଶ ଶ୍ରେଣୀର ପିଲାଙ୍କ ଫିଜ ଯେଉଁ ପରି ବୃଦ୍ଧି କରିଛନ୍ତି । ତାହା ସମସ୍ତ ଶିକ୍ଷା ଅଧିକାରୀଙ୍କୁ ଭଂଡୁର କରିଛି, ଅନୁସୂଚିତ ଜାତି ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ଯାହା 50ଟଙ୍କା ଥିଲା ତାହା ଚବିଶ ଗୁଣ ହୋଇ 1200ଟଙ୍କା ହୋଇଯାଇଛି ଓ ସାଧରଣ ବର୍ଗ ପାଇଁ ଯାହା 750 ଥିଲା ତାହାକୁ ଦୁଇ ଗୁଣ କରି 1500 ଟଙ୍କା କରିଦିଆଯାଇଛି । ମାଇଗ୍ରେସନ ଫିଜ ଯାହା 150ଥିଲା ତାହା 350ଟଙ୍କାକୁ ବୃଦ୍ଧି ହୋଇଛି । ଏହିପରି ଫି ବୃଦ୍ଧିକରି ଅଭିଭାବକଙ୍କ ଉପରେ ଆର୍ଥିକ ବୋଝ ଲଦି ଦେବାସହ ଆର୍ଥିକ ସ୍ଵଛଳ ନଥିବା ଛାତ୍ର ଛାତ୍ରୀଙ୍କୁ ସବୁଦିନ ପାଇଁ ଶିକ୍ଷାରୁ ବଂଚିତ କରାଗଲା । ଶିକ୍ଷା ପାଇବା ପାଇଁ ସର୍ବ ପ୍ରଥମ ଆବଶ୍ୟକ ହେଲା ଲକ୍ଷ ଲକ୍ଷ ଟଙ୍କା ଓ ବିନା ଟଙ୍କାରେ ଶିକ୍ଷା ଉପଲବ୍ଧ ଅସମ୍ଭବ । ବର୍ତ୍ତମାନ କେନ୍ଦ୍ରସରକାର ଭାରତର ଛାତ୍ର ଛାତ୍ରୀଙ୍କ ଉପରେ ଏହି ପ୍ରକାର ଧାରଣ ଲଦି ଦେବାକୁ ଚାହାନ୍ତି । ଶିକ୍ଷା ଓଡ଼ିଶାର ମୂଳ ଉଧେଶ୍ୟକୁ ଧ୍ଵଂଶ କରିଦେବା ପ୍ରକ୍ରିୟାରେ, କେବଳ ‘ସି.ବି.ଏସ.ଇ’ ନୁହେଁ ଆଇ ସି.ଏସ.ଇ ଅନ୍ୟାନ୍ୟ ଶିକ୍ଷା ବୋର୍ଡରେ ମଧ୍ୟ ଅହେତୁକ ଫିଜ ବୃଦ୍ଧି ହୋଇଛି । ସମସ୍ତ ଘରୋଇ ସ୍କୂଲ ସହ କେନ୍ଦ୍ରୀୟ ବିଦ୍ୟଳୟ ,ନବୋଦୟ ବିଦ୍ୟଳୟ ,ଓ ସୈନିକ ସ୍କୂଲ ଗୁଡିକରେ ହଜାର ହଜାର ଟଙ୍କା ଫିଜ ବୃଦ୍ଧି କରି ଶିକ୍ଷାନୁଷ୍ଠାନ ଗୁଡିକୁ ବ୍ୟବସାୟିକ କ୍ଷେତ୍ରରେ ପରିଣତ କରିବା ପାଇଁ ଅହରହ ଚେଷ୍ଟା କରୁଛନ୍ତି । ଦିନକୁ ଦିନ ଶିକ୍ଷା ଓ ଶିକ୍ଷ୍ୟନୁଷ୍ଠାନର ମାନ କମୁଥିବା ବେଳେ ଫିଜ କିନ୍ତୁ ବୃଦ୍ଧି ପାଇବାରେ ଲାଗିଛି । ଶିକ୍ଷାର ବଜାରୀ କାରଣ ,ଘରୋଇକରଣ ଓ ଫିଜ ବୃଦ୍ଧି କୁ ପ୍ରତ୍ୟାହାର କରିବା ପାଇଁ ଅନୁରୋଧ ।

Advertisement