Friday, September 25, 2026
ADVERTISEMENT
Home ଆଞ୍ଚଳିକ ହିଞ୍ଜିଳିକାଟୁ ଦୁଷ୍କର୍ମକାରୀ ବାପାକୁ ୧୦ ବର୍ଷ ଜେଲ୍‌ ଦଣ୍ଡ

ହିଞ୍ଜିଳିକାଟୁ ଦୁଷ୍କର୍ମକାରୀ ବାପାକୁ ୧୦ ବର୍ଷ ଜେଲ୍‌ ଦଣ୍ଡ

259
ADVERTISEMENT

ହିଞ୍ଜିଳିକାଟୁ ,୧୮/୮(ଏଜେନସି) : ଗଞ୍ଜାମ ଜିଲ୍ଲା ଅତିରିକ୍ତ ଦୌରାଜଜ୍‌-୨ ତଥା ପୋକ୍‌ସୋ ଜଜ୍‌ ଜଗଦୀଶ ପ୍ରସାଦ ମହାନ୍ତି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଦୁଷ୍କର୍ମକାରୀ ବାପାକୁ ୧୦ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ଇଲାକାରେ ଜଣେ ନାବାଳିକା ଝିଅକୁ ତାର ବାପା ଦୁଷ୍କର୍ମ କରିଥିବା ନେଇ ଗତ ୨୦୧୬ ଫେବ୍ରୁଆରି ୫ ତାରିଖରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ହିଂଜିଳି ଥାନା ପୁଲିସ କେସ୍ ନମ୍ବର ୨୦/୧୬ରେ ଅଭିଯୁକ୍ତ ବାପାକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏହି ମାମଲାର ବିଚାରଣା ବେଳେ ପୋକ୍‌ସୋ ଜଜ୍‌ ୧୦ଜଣ ସାକ୍ଷୀଙ୍କ ବୟାନ୍‌କୁ ଭିତ୍ତି କରି ଆବଶ୍ୟକ ପ୍ରମାଣ ଥିବା ଯୋଗୁଁ ଅଭିଯୁକ୍ତ ବାପାକୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ଆଜି ପର୍ଯ୍ୟନ୍ତ ଜେଲ୍‌ରେ ଥିଲେ।

Advertisement