କନ୍ଧମାଳ,୧୮/୮(ଏଜେନସି) : କନ୍ଧମାଳ ଜିଲ୍ଲା ତରଫରୁ ଆଜି ଇଲୋଟ୍ରୋନିକ ଓ ୱେବ ମିଡ଼ିଆ ସାମ୍ବାଦିକଙ୍କ ସଂଘ ଗଠନ ହୋଇଯାଇଛି I ଏହି ବୈଠକ ଫୁଲବାଣୀ ସହର ବନାନୀ ସଭା ଗୃହ ଠାରେ ହୋଇଥିଲା I ଏହି ବୈଠକରେ ବିଭିନ୍ନ ବ୍ଲକର ସାମ୍ବାଦିକମାନେ ଯୋଗଦେଇଥିଲେ I ବୈଠକରେ ଜିଲ୍ଲା ସଭାପତି ସୁନୀଲ ପଟ୍ଟନାୟକ, ଉପସଭାପତି ପ୍ରକାଶ ଚନ୍ଦ୍ର ନାୟକ, ଅଶ୍ୱିନୀ ନନ୍ଦ, ଜିଲ୍ଲା ସାଧାରଣ ସମ୍ପାଦକ ରାଧାମୋହନ ମହାପାତ୍ର , ପ୍ରମୋଦ ଦଣ୍ଡସେନା ଙ୍କୁସଂଘ ତରଫରୁ ଚୟନ କରଯାଇଥିଲା I ଏହି କାର୍ଯ୍ୟକ୍ରମରେ ସମସ୍ତ ଇଲୋଟ୍ରୋନିକ ଓ ୱେବ ମିଡ଼ିଆ ସାମ୍ବାଦିକ ଉପସ୍ଥିତ ଥିଲେ I

















