ମୋଟର କର୍ମଚାରୀଙ୍କ ଧର୍ମଘଟ ପ୍ରତ୍ୟାହାର: ବସ ଚଳାଚଳ ସ୍ବାଭାବିକ

410
ADVERTISEMENT

ଗଜପତି,୧୮/୮(ପ୍ରଭାତ କୁମାର ପାତ୍ର) : ପାରଳାଖେମୁଣ୍ଡି ନୂଆ ବସଷ୍ଟାଣ୍ଡ ଠାରେ ଗଜପତି ମୋଟର କର୍ମଚାରୀ ସଂଘ ପକ୍ଷରୁ ସୁରକ୍ଷିତ ଯାତ୍ରା ସେବା ନିମନ୍ତେ ଗତ ୧୪ ତାରିଖ ଠାରୁ ୫ ଦଫା ଦାବୀ ନେଇ ଅନ଼ଦ୍ଧିଷୄ କାଳ ପର୍ଯ୍ୟନ୍ତ ଚାଲିଥିବା ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ଦୀର୍ଘ ୩ ଦିନ ଧରି ଧର୍ମଘଟ ହେବାଫଳରେ ଏଠାରୁ ଚଳାଚଳ କରୁଥିବା ଶତାଧିକ ବସ ପୁରାପୁରି ଭାବେ ବନ୍ଧ ହୋଇଥିଲା। ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ଜିଲ୍ଲା ପ୍ରଶାସନ ଓ ମୋଟର ସଂଘ ମଧ୍ୟରେ ଖୋଲା ଆଲୋଚନା ହେବା ଓ ଦାବି ଗୁଡ଼ିକ ଉପରେ ପର୍ଯ୍ୟାୟ କ୍ରମେ ତଦନ୍ତ ପଦକ୍ଷେପ ନିଆଯିବ ବୋଲି କହିବା ପରେ ଧର୍ମଘଟ ପ୍ରତ୍ୟାହୃତ ହୋଇଥିଲା। ଜିଲ୍ଲା ମୋଟର ପରିବହନ କର୍ମଚାରୀ ସଂଘ ୫ ଦଫା ଦାବୀ ଗୁଡିକ ମଧ୍ୟରେ ମୁଖ୍ୟତଃ ନୂଆ ବସଷ୍ଟାଣ୍ଡ ଠାରେ ଥିବା ଦୁଇଟି ମଦ-ଦୋକାନ ତୁରନ୍ତ ବନ୍ଦ କରିବା , ଡିଜେଲ ବଦଳରେ କିରୋସିନି ବ୍ୟବହାର କରୁଥିବା ବସ ବନ୍ଧ କରବା, କଣ୍ଡିସନ୍ ନଥିବା ପୁରୁଣା ବସକୁ ବନ୍ଧ କରିବା, ଯାତ୍ରା ମାନଙ୍କ ସୁବିଧା ପାଇଁ ଯାତ୍ରୀ ଟିକଟ ବିକ୍ରି କାଉଣ୍ଟର ସହ ଯାତ୍ରୀ ଅନୁସନ୍ଧାନ ଓ ମାଇକ୍ ଘୋଷଣା ଅନୁମତି ଦେବା ଏବଂ ଖରାପ ରାସ୍ତା ତୁରନ୍ତ ମରାମତି କରିବା ପ୍ରଭୃତି ଦାବି ଗୁଡ଼ିକ ଅନ୍ତଭୁକ୍ତ। ଏହି ଦାବି ଗୁଡ଼ିକ ନେଇ ଗତ ଜାନୁଆରୀ ମାସ ୨୫ ତାରିଖଦିନ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇ ଥିଲା ତେବେ ଏଦିଗରେ କୈାଣସି ପଦକ୍ଷେପ ନ ନିଆଯିବାରୁ ସଂଘ ପକ୍ଷରୁ ଏଭଳି ଧର୍ମଘଟ କରାଯିବାର ନିଷ୍ପତ୍ତି ନିଆ ଯାଇଥିଲା।

Advertisement