ହିଞ୍ଜିଳିକାଟୁ,୧୭/୮(ଏଜେନସି) : ୭୩ତମ ସ୍ବାଧୀନତା ଦିବସ ଅବସରରେ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇଯାଉଥିଲେ ସଭିଁଏ । ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ ଜାତିର ଅଖଣ୍ଡତାକୁ ରକ୍ଷା କରିବାର ଶପଥ । ହିଞ୍ଜିଳିକାଟୁ ଜେଏମଏଫସି ନ୍ୟlୟଳୟର ବିଚାରପତି ରାଜଶ୍ରୀ ପଟ୍ଟନାୟକ ଏହି ପରିପ୍ରେକ୍ଷୀରେ ଭିନ୍ନ ଢଙ୍ଗରେ ଏହି ଜାତୀୟ ଦିବସକୁ ପାଳନ କରିଛନ୍ତି l ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରଥମେ ଅସ୍ଥାୟୀ ନ୍ୟlୟଳୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରାଯାଇଥିଲା l ତାପରେ କିଛିଦିନ ହେବ ହୋଇଥିବା ନୂତନ ନ୍ୟlୟଳୟରେ ଚାରାରୋପଣ କରି ପରିବେଶକୁ ସବୁଜ ଶ୍ୟାମଳ କରିବାକୁ ନେଇଛନ୍ତି ସଂକଳ୍ପ।ଏହି କାଯ୍ୟକ୍ରମରେ ନ୍ୟlୟଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ l

















