ଶଶୀଭୁଷଣ ରଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ୭୩ ତମ ସ୍ୱାଧିନତା ଦିବସ ପାଳିତ

586
ADVERTISEMENT

ବ୍ରହ୍ମପୁର, ୧୬/୮ (ରାଜେଶ ରଣା ) : ସ୍ଥାନୀୟ ଶଶୀଭୁଷଣ ରଥ ସ୍ବୟଂଶାସିତ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ଅତ୍ୟନ୍ତ ଉଲ୍ଲାସର ସହିତ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧକ୍ଷା ଡ଼ . ସଂଗୀତା କାବୁ ସକାଳ ସାତ ଘଣ୍ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ସମସ୍ତ ଛାତ୍ରୀ ମାନେ ଉପସ୍ଥିତ ରହି ଜାତୀୟ ସଙ୍ଗୀତ ଗାନ କରିଥିଲେ । ଏହି ମହାବିଦ୍ୟାଳୟର ଅଧକ୍ଷା ନିଜ ବକ୍ତବ୍ୟରେ ସ୍ଵାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ଅତ୍ୟନ୍ତ ଭାବ ପ୍ରବଣତାର ସହିତ ସ୍ମୁତି ଚାରଣ କରିଥିଲେ ।

Advertisement