
କନ୍ଧମାଳ,୧୬/୮ (ଏଜେନସି ): ଜିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମଠାରେ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ କରାଯାଇଥିବା ଫୁଟବଲ ଫାଇନାଲ ମ୍ୟାଚ କରାଯାଇଥିଲା । ପ୍ରଥମେ ଅଫିସିଆଲ ଓ ନଂ ଅଫିସିଆଲ ତରଫରୁ ଅଭ୍ୟାସ ମ୍ୟାଚ ଖେଳାଯାଇଥିଲା ଏହି ମ୍ୟାଚରେ ନଂ ଅଫିସିଆଲ ଟିମ ବିଜୟ ଲାଭ କରିଥିଲେ । ଏହା ପରେ ସାଇନପଡ଼ା ଓ ଯୁର୍ଗୁପଡ଼ା ମଧ୍ୟରେ ମ୍ୟାଚ ଖେଳା ଯାଇଥିଲା । ଏଥିରେ ସାଇନପଡ଼ା ୧ -0 ଗୋଲରେ ବିଜୟ ଲାଭ କରିଥିଲେ । ଏହି ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ବାଲିଗୁଡା ବିଧାୟକ ଶ୍ରୀ ଚକ୍ରମଣି କହଁର, ବାଲିଗୁଡା ଏନଏସି ଉପାଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡା ବିଜେଡି ବ୍ଲକ ସଭାପତି ଟୁନା ଦାସ ଓ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଅଧକ୍ଷ ଶରତ ଚନ୍ଦ୍ର ବେହେରା ଯୋଗଦେଇ ବିଜୟ ଲାଭ କରଥିବା ଟିମକୁ ଟ୍ରଫି ଦିଆଯିବା ସହ ବାଲିଗୁଡା ଆଥଲେଟିକ କମିଟିର ସମ୍ପାଦକ ସୁଶାନ୍ତ କୁମାର ଦାସ, ତୀର୍ଥ ବାସୀ ଘଡେଇ, ପ୍ରଶାନ୍ତ କୁମାର ସାହୁଙ୍କ ସମେତ କମିଟିର ସଦସ୍ୟମାନେ ଯୋଗ ଦାନ କରିଥିଲେ ।


















