ବ୍ରହ୍ମପୁର ୭୩ ତମ ସ୍ବାଧୀନତା ଦିବସ ପାଳନ

381
ADVERTISEMENT

ବ୍ରହ୍ମପୁର,୧୫/୮(ରାଜେଶ ରଣା) : ଆଜି ବ୍ରହ୍ମପୁର ଷ୍ଟାଡିୟମ ଠାରେ ୭୩ ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି । ମୂଖ୍ଯ ଅତିଥି ରୂପେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆଓ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିବା ସହ ସମ୍ମଳିତ ପ୍ୟାରଡରେ ଅଭିବାଦନ ଗ୍ରହଣ କରି ଉଦବୋଧନ ଦେଇଥିଲେ। ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର, ଉପଜିଲ୍ଲାପାଳ ଶ୍ରୀ ସିନ୍ଦୁକ ଦତ୍ତାତ୍ରୟ ଭାଉସାହେବ, ବିଏମସି କମିଶନର ପ୍ରମୂଖ ଉପସ୍ଥିତ ଥିଲେ। ପରେ ପରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ୟାରଡ, ଶାରୀରିକ କ୍ରିଡା ପ୍ରଦର୍ଶନ, ତର୍କ, ଦେଶାତ୍ମବୋଧକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗି ଓ ପ୍ୟାରଡ ବିଜୟୀ ଦଳକୁ ପୁରସ୍କାର ବିତରଣ କରାଯାଇଥିଲା।

Advertisement