ହିଂଜିଳିକାଟୁ,୧୫/୮(ଶେଷଦେବ ସାହୁ): ଗୁରୁବାର ଦିନ ପବିତ୍ର ୭୩ ତମ ସ୍ୱାଧିନତା ଦିବସ ସହ ପାଳନ ହେବାକୁ ଯାଉଛି ଭାଇ ଭଉଣୀର ପବିତ୍ର ସମ୍ପର୍କର ସେତୁ ‘ରକ୍ଷା ବନ୍ଧନ’ । ଭାରତ ମାତାକୁ ସୁରକ୍ଷା ଦେବା ପାଇଁ ଜାଗ୍ରତ ପହରୀ ରୂପେ ଦଣ୍ଡାୟମାନ ହୋଇ ନିଜ ଜୀବନକୁ ବାଜି ଲାଗାଇ ଯେଉଁ ଯବାନ ମାନେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି ସେହି ଯବାନ ମାନଙ୍କ ଉଦ୍ଧେଶ୍ୟରେ ବୁଧବାର ଦିନ ହିଂଜିଳିକାଟୁ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ରୀ ମାନେ ଏକ ପ୍ରକାର ଅଭିନବ ପ୍ରୟାସ କରିଛନ୍ତି । ଭାରତୀୟ ଯବାନ ମାନଙ୍କ ନିମନ୍ତେ ଜୟ ଜୟକାର କରି ସେମାନଙ୍କ ନିକଟକୁ ଭାଇ ଭଉଣୀର ପବିତ୍ର ବନ୍ଧନ ରୂପେ ପରିଚିତ ରାକ୍ଷୀ ପଠାଇ ସମ୍ପର୍କ ସୁଦଢ କରିବା ସହ ସେମାନଙ୍କ ଶୁଭ କାମନା କରିଛନ୍ତି । ବିଶେଷକରି ଜମ୍ମୁ କାଶ୍ମୀର ଓ ଲଦାଖରେ ଭାରତ ମାତାର ସୁରକ୍ଷା ସକାଶେ ନିୟୋଜିତ ହୋଇଥିବା ଯବାନ ମାନଙ୍କୁ ତାଙ୍କରି ଉତ୍ସର୍ଗୀକୃତ ସେବା ପାଇଁ ରାକ୍ଷୀ ପଠାଇବା ସହ ଭାରତ ମାତାର ସୁରକ୍ଷା ସକାଶେ ଅନୁରୋଧ କରିଛନ୍ତି । ଶିବା ପାତ୍ରଙ୍କ ଆୟୋଜିତରେ କାଜଲ ପାଢି, ସନ୍ତେରାଷିନି ବେହେରା, ସୋନାଲି ବେହେରା, କେ. ପୂଜା, ସରସ୍ୱତୀ ବେହେରାଙ୍କ ସମେତ ମହାବିଦ୍ୟାଳୟର ବହୁ ଛାତ୍ରୀ ଉକ୍ତ କାର୍ଯ୍ୟକ୍ରରେ ଅଂଶ ଗ୍ରହଣ କରିଥିଲେ ।
















