ସନଖେମୁଣ୍ଡି ,୧୪/୮ (ଏଜେନସି) : ପାଟପୁର ଥାନା ଅନର୍ଗତ ସିଙ୍ଗିପୁର ସଦର ଗ୍ରାମ ସ୍ଥିତ କୁମୁନି ବନ୍ଧରେ ସୋମବାର ରାତିରେ ଜୈନିକ ମହିଳା ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସିଙ୍ଗିପୁର ଲାବଣ୍ୟନଗରର ରାଜେଶ୍ୱରୀ ସେଠି ରାତ୍ର ପ୍ରାୟ ୧ ଘଣ୍ଟ ସମୟରେ ଶୌଚ ପାଇଁ ବନ୍ଧକୁ ଆସିବାବେଳେ ପାଣିରେ ବୁଡି ଯାଇଥିଲେ । ସାଥିରେ ଥିବା ମାଇଁ ପ୍ରାଣପଣେ ଚେଷ୍ଟା ସତ୍ୱେ ଉଦ୍ଧାର କରିନପାରି ଗାଁରେ ଖବର ଦେଇଥିଲେ । ଗ୍ରାମବାସୀ ଖବର ପାଇ ମଧ୍ୟ ରାଜେଶ୍ୱରୀକୁ ଖୋଜି ପାଇନଥିଲେ । ଖବର ପାଇ ଖଣ୍ଡାଦେଉଳି ଅଗ୍ନିଶମ ବିଭାଗ ଘଟଣା ସ୍ଥଳେ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ । ପ୍ରାତଃ ସମୟରେ ନିଖୋଜ ମହିଳାଙ୍କ ଶବକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଥିବା ବେଳେ ପାଟପୁର ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, ଏସଆଇ ପ୍ରିତି ମଞ୍ଜରୀ ଘଟଣା ସ୍ଥଳେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ସନଖେମୁଣ୍ଡି ତହସିଲଦାର ଶ୍ରୀ ଅମିତ କୁମାର ନାୟକଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦର ବ୍ୟବସ୍ତା କରାଯିବା ସହ ପାଟପୁର ଥାନାରେ ଏନେଇ କେସ୍ ନଂ ୧୦/୧୯ ରେ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ବ୍ୟବଚ୍ଛେଦ ଶବକୁ ପରିବାରକୁ ହସ୍ତାନ୍ତର ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଅଛି ।


















