ପାରଳାଖେମୁଣ୍ଡି : ବସ୍ ଧର୍ମଘଟ ଚେତାବନୀ ୧୪ ତାରିଖରୁ

264
ADVERTISEMENT

ପାରଳାଖେମୁଣ୍ଡି,୧୩/o୮(ପ୍ରଭାତ କୁମାର ପାତ୍ର): ଆସନ୍ତା ୧୪ ତାରିଖରୁ ପାରଳାଖେମୁଣ୍ଡି ମଟର କର୍ମଚାରୀ ପକ୍ଷରୁ ଧର୍ମଘଟ ଚେତାବନୀ ଦିଆଯାଇଛି। ପାରଳା ବସ୍ ଷ୍ଟାଣ୍ଡ ପରିସରରେ ଥିବା ମଦ ଦୋକାନକୁ ତୁରନ୍ତ ବନ୍ଦ କରିବା, କିରାସିନ୍ ବ୍ୟବହାର କରୁଥିବା ଗାଡି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଭଙ୍ଗା ବସ୍ ଗୁଡିକୁ ତୁରନ୍ତ ବନ୍ଦ କରିବା ଏବଂ ଯାତ୍ରୀଙ୍କ ସୁବିଧା ପାଇଁ ବସ୍ ଷ୍ଟାଣ୍ଡ ପରିସରରେ ଟିକେଟ୍ କାଉଣ୍ଟର ଖୋଲିବା ଆଦି ଦାବିରେ ଏହି ଧର୍ମଘଟ ଡାକରା ଦିଆଯାଇଛି। ଉପରୋକ୍ତ ଦାବି ଗୁଡିକ ପୁରଣ ନହେଲେ ଆସନ୍ତା ୧୪ ତାରିଖରୁ ବସ୍ ଧର୍ମଘଟ କରିବାକୁ ଚେତାବନୀ ଦେଇଛନ୍ତି ମଟର କର୍ମଚାରୀ ସଂଘ। ଏହି ସବୁ ଦାବି ପୂରଣ ନହେବା ଯାଏଁ ଧର୍ମଘଟ ଚାଲିବ ବୋଲି ସଂଘ ସଭାପତି ସୁନୀଲ ପଟ୍ଟନାୟକ କହିଛନ୍ତି।

Advertisement