କନ୍ଧମାଳ ଗୋପାଳପୁର ରାଇପୁର ଜାତୀୟ ରାଜପଥ ଯୋଗାଯୋଗ ବଛିନ୍ନ

259
ADVERTISEMENT

କନ୍ଧମାଳ ,୧୨/୮(ଏଜେନସି) : ସାରା ଓଡ଼ିଶାରେ ଲାଗି ରହିଛି ବର୍ଷାର ପ୍ରଭାବ l ଆଜି ସକାଳୁ ଭୀଷଣ ବର୍ଷାରେ କିଛିଦିନ ପୂର୍ବରୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଟାଗୁଡା ପଂଚାୟତରେ ତିଆରି ହୋଇଥିବା ଏକ ଅସ୍ଥାୟୀ କର୍ଲଭଟ ଧୋଇ ହୋଇଯାଇଛି l ଫଳରେ କନ୍ଧମାଳ ଗୋପାଳପୁର ରାଇପୁର 59ନମ୍ବର ଜାତୀୟ ରାଜପଥ ଯୋଗାଯୋଗ ବଛିନ୍ନ ହୋଇପଡିଛି l ଯାହା ଫଳରେ ଯାତ୍ରୀ ମାନଙ୍କ ନାହିଁ ନଥିବା ଅସୁବିଧାର ସମୁଖିନ୍ନ କରିଥିବାର ଦେଖିବାକୁ ମିଳିଥିଲା l ଏହି59ନମ୍ବର ଜାତୀୟ ରାଜପଥକ ରାୟଗଡା, କଳାହାଣ୍ଡି ନବରଙ୍ଗପୁର, କୋରାପୁଟ ମାଲକାନଗିରି ଜିଲ୍ଲାକୁ ସଂଯୋଗ କରୁଛି l ଠିକାଦାରଙ୍କ ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ଘଟଣା ଘଟିଛି ବୋଲି ଗ୍ରାମବାସୀ ଦାବି କରିଛନ୍ତି l ଏନେଇ ପ୍ରଶାସନ ତରଫରୁ ବାଲିଗୁଡା ବ୍ଲକ ବିଡ଼ିଓ ନରେଶ ଚନ୍ଦ୍ର ଶବର, ଏନଏଚ ଜେଇ ,ଯଥା ଶୀଘ୍ର କାର୍ଯ୍ୟକୁ ସମାପ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି l

Advertisement