Sunday, September 20, 2026
ADVERTISEMENT
Home ଆଞ୍ଚଳିକ ବରିଷ୍ଠ ନାଗରିକଙ୍କୁ ଆମ ପୁଲିସ ସମିତିର ପ୍ରମାଣ ପତ୍ର ପ୍ରଦାନ

ବରିଷ୍ଠ ନାଗରିକଙ୍କୁ ଆମ ପୁଲିସ ସମିତିର ପ୍ରମାଣ ପତ୍ର ପ୍ରଦାନ

313
ADVERTISEMENT

ସାନଖେମୁଣ୍ଡି,୧୨/୮(ଏଜେନସି) : ପାଟପୁର ଥାନା ଓ ଆମ ପୁଲିସ ସମିତି ପକ୍ଷରୁ ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ସମସ୍ୟା ଅନୁଧ୍ୟାନ ଓ ଭଲ ମନ୍ଦ ପଚାରି ବୁଝିବା ସହ ପ୍ରମାଣ ପତ୍ର ବିତରିଣୀ କରିଛନ୍ତି। ବରିଷ୍ଠ ନାଗରିକମାନେ ସମାଜର ଶ୍ରେଷ୍ଠ ସମ୍ପଦ ଓ ସେମାନଙ୍କ ସୁସ୍ଥ ନିରାମୟର ସମସ୍ୟା ବିହୀନ ଜୀବନ ଯାପନ ପାଇଁ ଆମ ପୁଲିସ ସମିତି ସହ ଯତ୍ନବାନ ହେବ ଆବଶ୍ୟକ ବୋଲି ପ୍ରକାଶ ପାଇଛି। ସମିତି ଅଧ୍ୟକ୍ଷ ତଥା ଆଇଆଇସି ରମେଶ ପ୍ରଧାନଙ୍କ ତତ୍ୱାବଧାନରେ ଏସଆଇ ଶୁଭ୍ରଜିତ ସାମନ୍ତରାୟ, ପି.କେ ପଟ୍ଟନାୟକ ପ୍ରମୁଖ ବରିଷ୍ଠ ନାଗରିକ ଯୁଧିଷ୍ଠିର ସ୍ୱାଇଁ, ସଜନୀ ସ୍ୱାଇଁ, ଗୌରଚନ୍ଦ୍ର ସାହୁ, ବାଙ୍କନିଧି ସାହୁ, ନୀଳମଣି ଖୁଣ୍ଟିଆ, ସଜନୀ ଖୁଣ୍ଟିଆ, ମୋହନୀ ସ୍ବାଇଁଙ୍କ ଘରକୁ ଗ୍ରସ୍ତ କରି ପରିଚୟ ପତ୍ର ବିତରଣ କରି ଶୁଭକାମନା ଜଣାଇଥିଲେ।

Advertisement