ନିଜ ରାସ୍ତା ନିଜେ ତିଆରି ଗ୍ରାମବାସୀ

159
ADVERTISEMENT

କନ୍ଧମାଳ,୧୧/୦୮(ଏଜେନସି ) : କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ସର୍ତ୍ତୁଳ ଗ୍ରାମପଞ୍ଚାୟତ ପାଙ୍ଗାଲପଦର ଠାରୁ କୋଟଗଡ଼କୁ ସଂଯୋଗ କରୁଥିବା ପଞ୍ଚାୟତ ରାସ୍ତାକୁ ଆଜି ଗ୍ରାମବାସୀଙ୍କ ଦ୍ୱାରା ତିଆରି କରାଯାଇଛି I ଏହା ପୂର୍ବରୁ ଗ୍ରାମବାସୀ କୋଟଗଡ଼ ବିଡ଼ିଓଙ୍କୁ ଅବଗତ କରାଇଥିଲେ ମଧ୍ୟ୍ୟ ଏହାର କୌଣସି ପଦକ୍ଷେପ ନେଇନଥିଲେ I ଏଥିରୁ ଜଣା ପଡୁଛି କନ୍ଧମାଳ ସାଂସଦ କୋଟଗଡ ପରିଦର୍ଶନରେ ଯାଇଥିବା ବେଳେ ବନ୍ୟାରେ ପ୍ରଭାବିତ ହୋଇଥିବା କିଛି ଲୋକଙ୍କୁ ନିଜ ହାତରୁ କିଛି ଆର୍ଥିକ ସାହାଯ୍ୟ ଦେଇ ଡିଣ୍ଡିମ ପିଟୁଥିବା ବେଳେ କୋଟଗଡ ବ୍ଲକଠାରୁ ମାତ୍ର ପନ୍ଦର କିଲୋମିଟର ଦୂରତାରେ ଥିବା ପାଙ୍ଗାଲପଦର ଗ୍ରାମକୁ ପରିଦର୍ଶନରେ ନଯାଇ ଫେରିଆସିବା ହାସ୍ୟାସ୍ପଦ ଅଟେ I ଏଥିରୁ ଜଣା ପଡୁଛି ଗ୍ରାମାଞ୍ଚଳ ପ୍ରତି ସାଂସଦଙ୍କ ଆନ୍ତରିକତା କେତେ ? ସାଂସଦ ମୋହଦୟ ପରିଦର୍ଶନରେ ନ ଯିବାରୁ ବନ୍ୟାରେ ଭାସି ଯାଇଥିବା ରାସ୍ତାକୁ ଗ୍ରାମବାସୀ ବିଡ଼ିଓ ଓ ପ୍ରଶାସନ ପାଖରେ ଗୁହାରି କଲେ ମଧ୍ୟ୍ୟ କିଛି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ପ୍ରତେକ ଘରୁ ଜଣେ ଲେଖାଏଁ ଶ୍ରମ ଦାନ କରି ରାସ୍ତା ପ୍ରଶାସନକୁ ଛି ଛି କରିଥିବା ଜଣା ପଡିଛି I ଆଗାମୀ ଦିନରେ ଯଦି ଏ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ସାମିଲ ନକରାନଯାଏ ତେବେ ବାଧ୍ୟ୍ୟ ହୋଇ ରାଜରାସ୍ତାକୁ ଓଲ୍ହାଇବାକୁ ଚେତାବନୀ ଦେଇଛନ୍ତି I

Advertisement