କୋଦଳା,୧୬/୧୧(ସୂର୍ଯ୍ୟନାରାୟଣ ବଡୁ ):- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ଭୁବନେଶ୍ୱର ଠାରୁ ଆସିକା ଯାଉଥିବା ଘରୋଇ ଯାତ୍ରିବାହୀ ବସ୍ ମଣିବାବା ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇ ବସଟି ଯାଇ ଏକ ପିକଅପ ଭ୍ୟାନକୁ ଏବଂ ଟ୍ରକଟି ଯାଇ ଏକ ମୋଟର ସାଇକଲକୁ ଧକ୍କା ଦେଇଥିଲା ।ଯାହା ଫଳରେ ବାଇକ ଚାଳକ ନାରାୟଣ ଜାନି , ଟ୍ରକ ଚାଳକ ହରି ପ୍ରଧାନ ଏବଂ ସେହିଗ୍ରାମର ଜଣେ ବ୍ୟକ୍ତି କୁନା ସାହୁ ଗୁରୁତର ହୋଇ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠେଇ ଦିଆଯାଇଥିଲା।

















