ଭୁବନେଶ୍ୱର,୧୪/୧୧ (ଡ଼ି.ଏଚ ବ୍ୟୁରୋ):-ଆଜି ଶିଶୁ ଦିବସ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ । ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ପଣ୍ଡିତ ଜବାହାରଲାଲ ନେହେରୁ ଜନ୍ମଗ୍ରହଣ କରିଥିଲେ । ଜଣେ ରାଷ୍ଟ୍ରନୀତିଜ୍ଞ ଭାବେ ବିଶ୍ବ ଜନମାନସରେ ବେଶ୍ ସୁପରିଚିତମଧ୍ୟ ଥିଲେ । ଏବଂ ନେହେରୁ ଛୋଟ ପିଲାମାନଙ୍କୁ ଖୁବ୍ ସ୍ନେହ ଆଦର କରୁଥିବା ଯୋଗୁଁ ତାଙ୍କ ଜନ୍ମଦିନକୁ ଶିଶୁଦିବସ ଭାବେ ପାଳନ କରିବାକୁ ଚାହିଁଥିଲେ ।


















