ଗର୍ଭ ବତୀ ମହିଳାଙ୍କୁ ରୋଟାରୀ ଇନରହ୍ୱିଲ କ୍ଳବ ତରଫରୁ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

127
ADVERTISEMENT

ବ୍ରହ୍ମପୁର,୧୯/୮(ଡ଼ି.ଏଚ/ବ୍ୟୁରୋ): ଇନରହ୍ୱିଲ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଚଳିତ ରୋଟାରୀ ବର୍ଷ ୨୦୨୧-୨୨ ର ନବମ ପ୍ରୋଜେକ୍ଟ ସ୍ୱରୂପ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଗର୍ଭବତୀ ମହିଳାଙ୍କ ପାଇଁ ପୁଷ୍ଟିକର ଓ ହିମୋଗ୍ଳୋବିନ ପରୀକ୍ଷା ଶିବିର ସଂଗଠିତ କରାଯାଇଥିଲା । ଏହି ଶିବିରରେ ୩୫ ଜଣ ଗର୍ଭବତୀ ମହିଳାଙ୍କୁ ପରୀକ୍ଷା କରାଯାଇ ସେମାନଙ୍କୁ କ୍ଳବ ତରଫରୁ ଫଳ,ହର୍ଲିକ୍ସ ପାଉଚ୍,ବିସ୍କୁଟ, ଡାଳିମ୍ବ ପ୍ରଭୃତି ଖାଦ୍ୟ ପଦାର୍ଥ ଏବଂ ମାସ୍କ ଓ ସାନି ଟାଇଜର ପ୍ରଭୃତି ବଣ୍ଟନ କରାଯାଇଥିଲା । ସଭାନେତ୍ରୀ ଗାୟତ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେଡିକାଲ ଅଫିସର ଡାଃ ସମ୍ବିତ ବେଗରାୟଙ୍କ ସହାୟତା ପ୍ରଦାନ କରିଥିଲେ । ସଂପାଦିକା ଏମ୍.ବାଣୀ ଶ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Advertisement