କୋଦଳା,୪/୦୭(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ଏନଏସି ବର୍ଜ୍ୟବସ୍ତୁ କେନ୍ଦ୍ରରୁ ଆଜି ଅଶିଏ ହଜାର ଟଙ୍କାର ଖତ ବିକ୍ରି ହୋଇଥିବା ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡି ପ୍ରକାଶ କରିଛନ୍ତି l ଅତ୍ୟଆଧୁନିକ ଜ୍ଞାନ କୌଶଳରେ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ମିତ ବର୍ତବସ୍ତୁ ପରିଚାଳନା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇ ଜୈବିକ ଖତ ପ୍ରସ୍ତୁତ କରାଯାଉଛି l କୋଦଳା ଅଞ୍ଚଳର ପରିବା ମାର୍କେଟ, ମାଛ ମାର୍କେଟ ସମେତ ପ୍ରତ୍ୟକ ଘରୁ ଚାରି ସ୍ୱଚ୍ଛସାଥୀ, ସୁପରଭାଇଜର ଓ ସ୍ୱିପର ମାନଙ୍କ ଦ୍ୱାରା ଓଦା ଓ ଶୁଖିଲା ପଚାସଢ଼ା ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଇ ସେଗୁଡିକୁ ମେସିନ ଦ୍ୱାରା ଗାନ୍ଧହୀନ କରାଯାଇ ଖତ ପ୍ରସ୍ତୁତ ହେଉଥିବା ବେଳେ ଏହି ଖତକୁ କୃଷି, ଉଦ୍ୟାନ କୃଷି, ଓ ବନିକରଣ ପାଇଁ ଉପଯୋଗୀ ହୋଇ ପାରୁଛି l ଏମିତି ଭାବେ ପୂର୍ବରୁ ହର୍ତିକାଲଚାର ଓ ବନବିଭାଗକୁ “ମୋ ଖତ “ମାଧ୍ୟମରେ ଖତ ବିକ୍ରି ହୋଇଥିବା ବେଳେ ଶନିବାର ଦିଗପହଣ୍ଡି ବନବିଭାଗ ର ରିକୁଏଶନ ପ୍ରକାରେ କୋଦଳା ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ ଙ୍କ ନିର୍ଦ୍ଦେଶ କ୍ରମେ ସ୍ୱଛତା ବିଶେଷଜ୍ଞ ଚନ୍ଦ୍ର କାନ୍ତ ମାରାଣ୍ଡି ନିଜ କର୍ମଚାରିଙ୍କୁ ନେଇ ବର୍ଜ୍ୟବସ୍ତୁ ପ୍ଲାଣ୍ଟରୁ ବାହାରିଥିବା ୪୦ କୁଇଣ୍ଟାଲ ଖତ ପେକିଙ୍ଗ କରି ଦିଗପହଣ୍ଡି ବନ ବିଭାଗକୁ କିଲୋ ପ୍ରତି ୨୦/- ହିସାବ ରେ ୮୦୦୦୦/- ସଂଗ୍ରହ କରି ଏନଏସି କାର୍ଯ୍ୟଳୟକୁ ପ୍ରଦାନ କରିଥିଲେ l

















