ଏକ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଗଞ୍ଜେଇ ଜବତ, ଆସାମୀ ଫେରାର

374
ADVERTISEMENT

କୋଦଳା,୪/୦୭(ସୂର୍ଯ୍ୟ ନାରାୟଣ ବଡୁ): କୋଦଳା ପୋଲିସ ହାତରେ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଜଣାପଡ଼ିଛି l ବିଶେଷ ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ନିଜର କର୍ମକର୍ତ୍ତଙ୍କୁ ନେଇ ଫାସୀ ପଞ୍ଚାୟତର ବାତରାପଲ୍ଲୀ ଗ୍ରାମରେ ଥିବା ଏକ ଘରେ ଗୁରୁବାର ସନ୍ଧ୍ୟାରେ ଚଢ଼ାଉ କରିଥିଲେ । ପୋଲିସ ଆସିବା ଖବର ପାଇ ଉକ୍ତ ଘରକୁ ଚାବି ମାରି ଗଂଜେଇ ମାଫିଆ ଫେରାର ହୋଇଯାଇଥିଲା ! ସାରା ରାତି ପୋଲିସ ରହିଲା ପରେ ଆଜି ଦିନ ୧ ଘଂଟା ସମୟରେ ଗଞ୍ଜାମ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ପହଞ୍ଚି ପୁରୁଷୋତ୍ତମପୁର ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନଙ୍କ ଉପସ୍ଥିତିରେ ଉକ୍ତ ଘର ର ତାଲାଭାଙ୍ଗି ସେଠାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲେ l ବହୁ ସମୟ ତଦନ୍ତ ପରେ ମଧ୍ୟ ଉକ୍ତ ଘରର ପ୍ରକୃତ ମାଲିକକୁ ନ ପାଇ ଏକ ଟ୍ରାକ୍ଟର ଯୋଗେ ଗଞ୍ଜେଇ ଜବତ କରି କୋଦଳା ଥାନା ପରିସରକୁ ଅଣାଯାଇଥିଲା l ଏହାକୁ ନେଇ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ଅତିରିକ୍ତ ତହସିଲଦାର କହିଥିଲେ ଯେ ଜବତ ଗଞ୍ଜେଇ ପ୍ରାୟ ୧୫ କୁଇଣ୍ଟାଲ ହେବ ଏବଂ ଆନୁମାନିକ ମୂଲ୍ୟ ୧ କୋଟି ରୁ ଉର୍ଦ୍ଧ୍ଵ ହେବ ସେହି ଘରଟି କାହାର ତଦନ୍ତ କରିବା ପାଇଁ ଆର ଆଇଙ୍କୁ ଦାଇତ୍ୱ ଦିଆଯାଇଛି l ଆରଆଇ ଶେଖର ଚନ୍ଦ୍ର ସେଠୀଙ୍କ କହିବା ପ୍ରକାରେ ବେତେରାପଲି ଗ୍ରାମର ଉକ୍ତ ଘରଟି ଖାତା ନମ୍ବର ୫୮ ଓ ପ୍ଲଟ ନମ୍ବର ୧୧୧୨ ଯାହାକି ୨୭ ଜଣଙ୍କ ନାମରେ ଅଛି କିନ୍ତୁ ଯିଏ ସେହି ଘରେ ରହୁଥିଲେ ତାଙ୍କରି ନାମକୁ ଆମ୍ଭେ ପୋଲିସକୁ ରିପୋର୍ଟ ଦେବୁ l ଥାନା ଅଧିକାରୀ ଦେବାଶିଷ ମହାନ୍ତି କହିଥିଲେ ଯେ ଉକ୍ତ ଘର କାହାର ରିପୋର୍ଟ ଆସିବା ପରେ ଆସାମୀ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ l ଗଞ୍ଜେଇର ଓଜନ ୧୦ କୁଇଣ୍ଟାଲରୁ ଅଧିକ ହେବ ଏବଂ ଅନୁମାନିକ ମୂଲ୍ୟ ଏକ କୋଟି ଟଙ୍କାରୁ ଅଧିକା ହେବ ବୋଲି କହିଥିଲେ l ଦୁଇ ମାସ ମଧ୍ୟରେ କୋଦଳା ପୋଲିସର ତୃତୀୟ ବୃହତ ସଫଳତା l କିଛିଦିନ ପୂର୍ବେ କାଞ୍ଚଣା ଓ ବାଲିପୋଇ ନିକଟରୁ ଗୋଟିଏ ଟ୍ରାକ୍ଟର ଏବଂ ଡାଲାଅଟୋ ଭର୍ତ୍ତି ଗଞ୍ଜେଇ ଜବତ କରିଥିଲେ l

Advertisement