Tuesday, September 8, 2026
ADVERTISEMENT
Home ଆଞ୍ଚଳିକ ଯୁବତୀଙ୍କୁ ଟଣାଓଟରା ଓ ହତ୍ୟା ଧମକ ଅଭିଯୋଗରେ ଯୁବକ ଗିରଫ

ଯୁବତୀଙ୍କୁ ଟଣାଓଟରା ଓ ହତ୍ୟା ଧମକ ଅଭିଯୋଗରେ ଯୁବକ ଗିରଫ

279
ADVERTISEMENT

ହିଂଜିଳିକାଟୁ,୧୦/୮(ଶେଷଦେବ ସାହୁ): ହିଂଜିଳି ଥାନା ଅଂଚଳର ଜୈନିକା ଯୁବତୀଙ୍କୁ ବଳପୂର୍ବକ ଟଣାଓଟରା କରିବା ସହ ଅଶାଳୀନ ଇଙ୍ଗିତ ଓ ଘଟଣା ନେଇ କାହାରିକୁ କହିଲେ ହତ୍ୟା ଧମକ ଅଭିଯୋଗ ଦେବା ଅଭିଯୋଗରେ ହିଂଜିଳି ପୋଲିସ ସଂପୃକ୍ତ ଅଂଚଳର ଜୈନିକ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ ରାମପ୍ରସାଦ ସାହୁ (୨୯) । ଏ ନେଇ କେଶ ନଂ- ୨୦୧/୧୯ ରେ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି । ପୋଲିସ ସୁତ୍ରରୁ ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ହିଂଜିଳି ଥାନା ଅଂଚଳର ଜୈନିକା ଯୁବତୀ ସିଲେଇ ଶିକ୍ଷା କରିବା ସକାଶେ ଗ୍ରାମ ନିକଟକୁ ଯାଉଥିବା ବେଳେ ସେହି ଗ୍ରାମର ରାମପ୍ରସାଦ ଯୁବତୀଙ୍କୁ ଏକୁଟିଆ ପାଇ ବଳପୂର୍ବକ ଟଣାଓଟରା କରିବା ସହ ରାସ୍ତାକଡ଼ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ କୁକର୍ମ ଉଦ୍ୟମ କରିଥିଲା । ଯୁବତୀଙ୍କ ଚିତ୍କାର ଶୁଣି ଘଟଣା ସ୍ଥଳକୁ ଗ୍ରାମର କିଛି ଲୋକ ଆସୁଥିବାର ଦେଖି ଯୁବକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ ଶୁକ୍ରବାର ସକାଳୁ ଯୁବକଙ୍କୁ ହିଂଜିଳି ଥାନା ବେଲଗାଁ ନିକଟରୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement