ବ୍ରହ୍ମପୁର,୨୬/୦୬(ଇ.ରଞ୍ଜନ): ହିଞ୍ଜିଳି ଥାନା ବରପଲ୍ଲୀ ଗ୍ରାମ ନିକଟସ୍ଥ ଆମ୍ବ ତୋଟାରେ ଗୁରୁବାର ରାତିରେ ଚାଲିଥିବା ଏକ ବଡ ଧରଣର ଜୁଆ ଆଡ୍ଡା ଉପରେ ହିଞ୍ଜିଳି ପୁଲିସ ଅତର୍କିତ ଚଢ଼ାଉ । ଚଢ଼ାଉ ବେଳେ ପୁଲିସ ପଞ୍ଜାରେ ୧୩ ଜୁଆଡି ପଡ଼ିଥିବା ବେଳେ ସେମାନଙ୍କ ନିକଟରୁ ୯୧ ହଜାର ଟଙ୍କା ଓ ୧୦ଟି ମୋଟର ସାଇକେଲ ଜବତ । ଗିରଫ ଜୁଆଡି ମାନେ ହେଲେ ବ୍ରହ୍ମପୁର ସଦର ଥାନା ଝାଡାଙ୍କୁଲିର ଶୁକଦେବ ସାହୁ, ନିମଖଣ୍ଡିର ରଞ୍ଜନ କୁମାର ସାହୁ, ହୁଗୁଳାପଟ୍ଟର ନବୀନ ସ୍ୱାଇଁ, ସନ୍ତୋଷ ସ୍ୱାଇଁ, ନିମଖଣ୍ଡିର ଚନ୍ଦନ କୁମାର ସାହୁ, ଭାଵିନିପୁରର ଶାନ୍ତନୁ ମହାପାତ୍ର, ବ୍ରହ୍ମପୁର ଟାଉନ ଥାନା ଗେଟ୍ ବଜାର ଅଞ୍ଚଳର ବି ଅନିଲ କୁମାର ରାଓ, ବୈଦ୍ୟନାଥପୁର ଥାନା ଗୋଇଲୁଣ୍ଡି ଶ୍ରୀନଗର ସାହିର ବି ରାବଣ ରେଡ଼ି, ଲାଞ୍ଜିପଲ୍ଲୀ ରାମନଗର ଅଞ୍ଚଳର ରବିଶଙ୍କର ନନ୍ଦ, ପୁରୁଷୋତ୍ତମପୁର ଥାନା ଭାଵନ୍ଧ ଗ୍ରାମର ଅଜୟ କୁମାର ତ୍ରିପାଠୀ, କନକ ସାହିର ସ୍ଵରାଜ ପ୍ରଧାନ ଓ ଭାଟକୁମରଡା ଗ୍ରାମର ଜଗନ୍ନାଥ ସାହୁ । ଏ ନେଇ ହିଞ୍ଜିଳି ଥାନାରେ ନଂ- ୩୩୫/୨୧ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଚଢ଼ାଉ ବେଳେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ଥାନା ଏସଆଇ ବାସୁଦେବ ଭୋଇ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ସରୋଜ କୁମାର ରଣସିଂହ, ଅନନ୍ତ ରଣସିଂହ, ପିଏସ ଦଳେଇ ଓ ଓଏପିଏଫ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।















