କୁକୁଡାଖଣ୍ଡି,୯/୮ (ଇ ରଞ୍ଜନ) : ମହୁଡାରେ ଚାଲିଥିବା ବିଏମସିର ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିକଟରେ ଥିବା କ୍ରସର ଗୁଡିକରୁ ପଥର ଫୁଟାଇବା ଫଳରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ବିପଦ ରହୁଥିବା ନେଇ ବିଏମସି ଅଭିଯୋଗ କରିବା ପରେ ରାଜ୍ୟ ସିବି- ସିଆଇଡି ସ୍ୱତନ୍ତ୍ର ଟାସ୍କ ଫୋର୍ସ ପକ୍ଷରୁ ଦିଗପହଣ୍ଡି ପୋଲିସ ସହାୟତାରେ କୁକୁଡାଖଣ୍ଡି ତହସିଲଦାର ସୁବାଶଚନ୍ଦ୍ର ରଇତଙ୍କ ଉପସ୍ଥିତିରେ ଗୁରୁବାର ପୂର୍ବାହ୍ନ ପ୍ରାୟ ୧୦ ଟାରେ ମହୁଡ଼ା ଗ୍ରାମ ନିକଟ ଦୁଇଟି କ୍ରସର୍ ୟୁନିଟ୍ ଉପରେ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ବିସ୍ଫୋରକ ସାମଗ୍ରୀ ମହଜୁଦ ଓ ଚୋରାଚାଲାଣରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ୧୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବ୍ରହ୍ମପୁର ଅତିରିକ୍ତ ଏସ ପି ପ୍ରଶାନ୍ତ କୁମାର ମିଶ୍ର, ଚିକିଟି ଏସ.ଡି.ପି.ଓ ସୁରେନ୍ଦ୍ର ନାଥ ମୁର୍ମୁ, ଦିଗପହଣ୍ଡି ଥାନାରେ ପହଞ୍ଚି ତଦନ୍ତ କରୁଛନ୍ତି । ଦିଗପହଣ୍ଡି ଆଇ ଆଇ ସି ଗୌରାଙ୍ଗ ଚରଣ ସାହୁ ଙ୍କ ସୂଚନା ପ୍ରକାରେ ବାଲାଜୀ କ୍ରସରର ୫ ଟ୍ରାକ୍ଟର ,୩ ବାଇକ କୁ ଜବତ କରିବା ସହ କ୍ରସର ମାଲିକ ବି.ବାଲାଜୀ ରେଡିଙ୍କ ସହ ୧୦ ଜଣ ଏବଂ ଷ୍ଟୋନକ୍ରରୀ କ୍ରସରରୁ ୧ଟ୍ରାକ୍ଟର ସହ ୨ଜଣଙ୍କୁ ଗିରଫ କରିଛି ।ଏନେଇ ଥାନାରେ ୧୪୪/୧୯,୧୪୫/୧୯ ରେ ଦୁଇଟି ମାମାଲା ରୁଜୁ କରି ସମସ୍ତଙ୍କୁ ଗିରଫ କରାଯାଇଛି । ସମସ୍ତ କ୍ରସର ଗୁଡିକରେ ବସ୍ଫୋରକ ସାମଗ୍ରୀ ରଖି ପଥରଫୁଟାଯାଉଥିବା ବେଳେ ତହସିଲ ପଷରୁ ଚଢଉ ହେଉନଥିବା ଅଭିଯୋଗ ହୋଇଛି ।