ବେଆଇନ ଗୁଟୁଖା କାରଖାନାର ଭୂସ୍ବଗ ପାଲଟିଛି ସଦରଥାନା ଇଲକା !

222
ADVERTISEMENT

କୁକୁଡାଖଣ୍ଡି, ୯/୮ (ଇ ରଞ୍ଜନ) : ବେଆଇନ ଗୁଟୁଖା କାରଖାନାର ଭୂସ୍ବଗ ପାଲଟିଥିବା ସଦରଥାନା ଇଲକାରେ ପୁଣି ଥାନା ଠାରୁ ମାତ୍ର ୩କିମି ଦୂରରେ ଥିବା ବେଆଇନ ଗୁଟୁଖା କାରଖାନା ଉପରେ ଚଢଉ କରିଛି ପୋଲିସ । ଦୀର୍ଘ ବର୍ଷ ଧରି ବାଉସିଆପଲ୍ଲୀ ନିକଟରେ ଥିବା ଏକ ବେଆଇନ ଗୁଟୁଖା କାରଖାନା ଉପରେ ସଦରପୋଲିସ ଚଢଉକରି ୨୧ ବସ୍ତା ଡିଲକ୍ସ ମିକ୍ସ ଗୁଟୁଖା , ୧୩ବଣ୍ଡଲ ଜରିରୋଲ ଜବତ କରିବା ସହ ବଡବଜାର ଥାନା ଅଧିନ କାଳୁପାତ୍ର ସାହିର ଗୋଦାମ ଘରେ ମଧ୍ୟ ଚଢଉ କରି ମାଲିକ ରବିନ୍ଦ୍ର ସାହୁ(୪୪)କୁ ଗିରଫ କରିଛି । ଏନେଇ ଥାନା ରେ ୧୯୭/୧୯ ରେ ଏକ ମାମଲା ରୁଜୁ କରିଛି । ବହୁବର୍ଷ ଧରି ଉକ୍ତ ସ୍ଥାନରେ ବେଆଇନ ଗୁଟୁଖା ପ୍ରସ୍ତୁତି ହେଉଛି ,ପୂର୍ବରୁ ୩ ଥର ପୋଲିସ ଉକ୍ତ କାରଖାନା ଉପରେ ଚଢଉ କରିଛି କିନ୍ତୁ ପରିସ୍ଥିତି “ଯଥାପୂବଂତଥାପରଂ ” ପରି ଲାଗୁଛି । ମାଲିକ ଜଣକ ପୂର୍ବରୁ ଗିରଫ ହୋଇ ଜେଲରୁ ଜାମିନରେ ଆସିବା ପରେ କିଛି ଅସାଧୁ ପୋଲିସ କର୍ମଚାରୀଙ୍କୁ ହାତ କରି ପୂର୍ଣ୍ଣବାର ବେଆଇନ କାରବାରର ସାମ୍ରାଜ୍ୟ ଚଲାଇଥିଲେ । ଏଠି ପ୍ରଶ୍ନ ଉଠୁଛି ଯେ ଗୋଟିଏ ବ୍ୟକ୍ତି ନିର୍ଦ୍ଧିଷ୍ଟ ଏକ ବ୍ୟବସାୟକୁ ଗୋଟିଏ ନିର୍ଦ୍ଧିଷ୍ଟ ସ୍ତାନରେ ବେଆଇନ ଭାବେ କରିଆସୁଛି । ଫଳରେ ସାଧାରଣ ଜନତାଙ୍କ ମନରେ ପୋଲିସର କାର୍ଯ୍ୟ ଶୈଳିକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ କିଛି ବୁଦ୍ଧିଜୀବି ପ୍ରକାଶ କରିଛନ୍ତିି ଯେ ପୋଲିସ ଏଠି ଭୂତ ହୋଇ ଲାଗି ଗୁଣିଆ ହୋଇ ଝାଡିବା ନ୍ୟାୟରେ କାର୍ଯ୍ୟକରି ଚାଲିଛି । ଗଣମଧ୍ୟମ ଚେତାଇଲେ ଚେତୁଛି ପୋଲିସ । ଆହୁରି ବେଆଇନ ଗୁଟୁଖା କାରଖାନା ବେଧଡକ ଭାବେ ଚାଲିଛି କିନ୍ତୁ ପୋଲିସ ସେଗୁଡିକୁ ହାତମାରିପାରୁନାହିଁ ।

Advertisement