Wednesday, November 11, 2026
ADVERTISEMENT
Home ଆଞ୍ଚଳିକ ବଡ଼ ଧରଣର ଜୁଆ ଅଡ୍ଡାରେ ଚଢ଼ାଉ ୪ ମହିଳାଙ୍କ ସହ ୧୮ ଗିରଫ

ବଡ଼ ଧରଣର ଜୁଆ ଅଡ୍ଡାରେ ଚଢ଼ାଉ ୪ ମହିଳାଙ୍କ ସହ ୧୮ ଗିରଫ

236
ADVERTISEMENT

କୁକୁଡାଖଣ୍ଡି,୨୭/୦୫(ଇ.ରଞ୍ଜନ): ବୁଧବାର ସନ୍ଧ୍ୟାରେ ପ୍ରଦିପ କୁମାର ସାହୁଙ୍କ ଶ୍ରୀକ୍ଷେତ୍ର ବିହାର ଠାରେ ଥିବା ଘରେ ଏକ ବଡ ଧରଣର ଜୁଆ ଅଡ୍ଡା ଉପରେ ସଦର ଥାନା ପୋଲିସ ଚଢ଼ାଉ କରିଛି l ସେଠାରୁ ଚାରି ଜଣ ମହିଳାଙ୍କ ସମେତ ଅଠର ଜଣଙ୍କୁ ଗିରଫ କରାଯାଇଥିଲା l

ସେମାନଙ୍କ ନିକଟରୁ ଏକ ଲକ୍ଷ ସାତ ହଜାର ଚାରିଶାହ ନବେ ଟଙ୍କା ,ସତର ଟି ମୋବାଇଲ୍ ଫୋନ୍, ଆଠଟି ତାସ ପକେଟ୍,ଦୁଇଟି ବାଇକ(ଓଆରଜେଡ୩୫୮୧), (ଓଡି ୦୭ଏ ଏ ୧୦୫୦)ଏ ନେଇ ସଦର ଥାନାରେ କେଶ ନମ୍ବର ୧୬୧/୨୧ ରେ ଏକ ମାମଲା ରୁଜୁ କରିଛି ଶ୍ରୀକ୍ଷେତ୍ର ବିହାର ଅଂଚଳ ନିଛାଟିଆ ରହୁଥିବାରୁ ସେଠାରେ ବହୁ ଅନୈତିକ କାର୍ଯ୍ୟକଳାପ ଚାଲୁରହୁଛି l ପୂର୍ବରୁ ସେଠାରୁ ପ୍ରସ୍ତୁତି ହେଉଥିବା ନକଲି ମଦ ମଧ୍ୟ ଜବତ ହୋଇଛି l

Advertisement