Thursday, November 12, 2026
ADVERTISEMENT
Home ଆଞ୍ଚଳିକ ଆଦର୍ଶ ବିଦ୍ୟାଳୟରେ ଖୋଲାଗଲା କୋଭିଡ଼ି କେୟାର ସେଣ୍ଟର

ଆଦର୍ଶ ବିଦ୍ୟାଳୟରେ ଖୋଲାଗଲା କୋଭିଡ଼ି କେୟାର ସେଣ୍ଟର

162
ADVERTISEMENT

କୋଦଳା,୦୬/୦୫(ସୂର୍ଯ୍ୟ ନାରାୟଣ ବଡୁ): କରୋନାର ଦ୍ୱତୀୟ ଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଖୋଲାଗଲା କୋଭିଡ଼ି କେୟାର ସେଣ୍ଟର । ଏହି ସେଣ୍ଟରରେ ୧୬୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ବୁଧବାର କବିସୁର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ନିର୍ଦେଶ କ୍ରମେ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଦିପ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ୍ୟା ପ୍ରତିନିଧି ବିଜୟ କୁମାର ଦୋରା ଉକ୍ତ କେନ୍ଦ୍ରକୁ ଯାଇ ସମସ୍ତ ବିଷୟ ସମୀକ୍ଷା କରିଥିଲେ । ଉକ୍ତ କେନ୍ଦ୍ରରେ ବିଧାୟିକାଙ୍କ ଆଞ୍ଚଳିକ ବିକାଶ ପାଣ୍ଠିରୁ ଦୁଇ ଗୋଟି ଅମ୍ଲଜାନ ସୃଷ୍ଟି ଯନ୍ତ୍ରର ବ୍ୟବସ୍ଥା କରାଯାଇଛି । ବ୍ଲକ ପ୍ରଶାସନ ପକ୍ଷରୁ କୋଡିଏ ଟି ଅକ୍ସିଜେନ ସିଲିଣ୍ଡର ଯୋଗାଇବା ପାଇଁ ଜିଲ୍ଲାକୁ ଅନୁରୋଧ କରାଯାଇଛି । ଜଣେ ଡାକ୍ତରଙ୍କ ସହ ଅନେକ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏହି ଅଞ୍ଚଳର କରୋନ ଚି଼ହ୍ନଟ ବ୍ୟକ୍ତି ମେଡିକାଲକୁ ରେଫେର ହେଲେ ସେମାନେ ଏହି କେନ୍ଦ୍ରରେ ରହି ସମସ୍ତ ସୁବିଧା ପାଇ ପାରିବେ ବୋଲି ଜଣାପଡ଼ିଛି ।

Advertisement